ବର୍ଷା ଯୋଗୁଁ ବାରଙ୍ଗରେ କାଳୀ ପୂଜା ଫିକା

ବାରଙ୍ଗ:ବାରଙ୍ଗର ସୀତାରାମ ବଜାର ଲେବର କଲୋନି ଓ ଷ୍ଟେସନ ବଜାରରେ ଅନୁଷ୍ଠିତ ହେଉଛି କାଳୀପୂଜା। ତେବେ ଲଘୁଚାପ ଜନିତ ବର୍ଷା ଏହାକୁ ଫିକା କରି ଦେଇଛି। ପରମ୍ପରା ଅନୁଯାୟୀ ଦୀପାବଳି ରାତିରେ ଦେବୀ କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ହେଲେ ଦୁଇ ଦିନ ହେଲା ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ମା’ଙ୍କ ଦର୍ଶନ କରି ପାରି ନାହାନ୍ତି ଶ୍ରଦ୍ଧାଳୁ। ସୀତାରାମ ବଜାର ଲେବର କଲୋନିରେ ଶୁକ୍ରବାରଠାରୁ ଅନୁଷ୍ଠିତ ହେବାକୁଥିବା ୩ ରାତି ଯାତ୍ରା ମଞ୍ଚସ୍ଥ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ତେବେ ବର୍ଷା ଛାଡ଼ିବା ପରେ ଉତ୍ସବ ପାଳନ ଅପେକ୍ଷାରେ ଅଛନ୍ତି ବାରଙ୍ଗବାସୀ।

ସମ୍ବନ୍ଧିତ ଖବର