ମଙ୍ଗିଲାଲ୍‌ଙ୍କ ରାଜସ୍ଥାନୀ ଫାଲୁଦା

କୁଲ୍‌ଫି, ଆଇସ୍‌କ୍ରିମ୍‌ ଭଳି ଯୁବପିଢ଼ିଙ୍କ ପସନ୍ଦ ପାଲଟିଛି ‘ଫାଲୁଦା’ । ରାଜସ୍ଥାନର ଏହା ଏକ ପ୍ରସିଦ୍ଧ ଥଣ୍ଡା ଖାଦ୍ୟ। ମଧୁସୂଦନ ରୋଡ୍‌ସ୍ଥିତ ମଙ୍ଗିଲାଲ୍‌ଙ୍କ ‘ବମ୍ବେ ଚୌପାତି ଆଇସ୍କ୍ରିମ୍‌ ଷ୍ଟଲ୍‌’ରେ ମିଳୁଛି ଭଳିକି ଭଳି ଫାଲୁଦା। ଏହି ଫାଲୁଦାର ମଜା ନେବାକୁ ସଂଧ୍ୟା ହେଲେ ଯୁବପିଢ଼ିଙ୍କର ଷ୍ଟଲ୍‌ ସମ୍ମୁଖରେ ଭିଡ଼ ଜମୁଛି। ମଙ୍ଗିଲାଲ୍‌ଙ୍କ ପାଖରେ ରହିଛି ଗୁଲାପ ଫାଲୁଦା, ଆମ୍ବ ଫାଲୁଦା, ଚକ୍‌ଲେଟ୍‌ ଫାଲୁଦା ପରି ତିନି ପ୍ରକାର ଫାଲୁଦା। ମାଓ୍ଵା ମଲେଇ ଆଇସ୍‌କ୍ରିମ୍‌ ସହିତ ଗୋଲାପ ଜଳ, ରାବିଡ଼ି, ସିମେଇ, ତୁଳସୀ ମଞ୍ଜି, ଗୁନ୍‌ କତିରା ସହିତ ଆବଶ୍ୟକୀୟ ଆମ୍ବ ରସ କିମ୍ବା ଚକୋଲେଟ୍‌ ମିଶାଇ ଏହି ସେକ୍‌ ପ୍ରସ୍ତୁତ କରାଯାଇଥାଏ। ଏହା ପରେ ଏଥିରେ ବିଭିନ୍ନ ଡ୍ରାଏ ଫୁଡ୍‌ ଯଥା ଚେରି, ଚିନା ବାଦାମ୍‌, କିସ୍‌ମିସ୍‌ ଓ କାଜୁ ମିଶା ଯାଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ମାତ୍ର ୩ରୁ ୪ମିନିଟ୍‌ ସମୟ ଲାଗେ। ଏହି ଫାଲୁଦାର ଦାମ୍‌ ୪୦ ଟଙ୍କାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର