ରାଜୀବ ଗାନ୍ଧୀ ପ୍ରତିଭା ଅନ୍ବେଷଣ ୨୦୧୯ ଉଦ୍‌ଘାଟିତ

ଭୁବନେଶ୍ବର: ଆଜି କଂଗ୍ରେସ ଭବନ ପରିସରରେ ରାଜୀବ ଗାନ୍ଧୀ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଜୀବ ଗାନ୍ଧୀ ଫୋରମ୍‌ର କାର୍ଯ୍ୟକାରୀ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ପିସିସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି ଉଦ୍‌ଘାଟନ କରିଥିଲେ। ଏଥିପାଇଁ ସ୍କୁଲ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଏବଂ ବକ୍ୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଭୁବେନଶ୍ବରରେ ପ୍ରାୟ ୫୦ ବିଦ୍ୟାଳୟରୁ ୧ ହଜାରରୁ ଉର୍ଦ୍ଧ୍ବା ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଆସନ୍ତା ୨୦ ତାରିଖରେ ସ୍ଥାନୀୟ ଇଡିକଲ ଅଡିଟୋରିୟମ ପ୍ରକ୍ଷାଳୟରେ ରାଜୀବ ଗାନ୍ଧୀଙ୍କ ୭୫ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜୀବ ଗାନ୍ଧୀ ଫୋରମ୍ ପକ୍ଷରୁ ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଓ ନେତା ଯୋଗଦେଇ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର