ରଂଗମାଟିଆରେ ଅଗ୍ନୀ ଉତ୍ସବ ପାଳିତ

ଚନ୍ଦ୍ରଶେଖରପୁର: ଆଜି ରାତି ପ୍ରାୟ ସାଢ଼େ ଦଶଟା ବେଳେ ରଂଗମାଟିଆ ଗ୍ରାମରେ ଅଗ୍ନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଗ୍ରାମ କମିଟି ପକ୍ଷରୁ ଯୁବକମାନେ ଗାଁ’ର ସମସ୍ତ ଲୋକଙ୍କ ଘରୁ ନଡ଼ା ସଂଗ୍ରହକରି ଯାତ୍ରା ପଡ଼ିଆରେ ଠୁଳକରିଥିଲେ। ଗ୍ରାମଦେବତୀ ବାଞ୍ଜାନିଧି ଓ ମା’ବାସୁଳାଇ ଦେବଙ୍କ ପୀଠରୁ ଆଜ୍ଞାମାଳ ଆସିବା ପରେ ଗ୍ରାମ ପୂଜକ ଯାତ୍ରାପଡ଼ିଆରେ ଠୁଳ ହୋଇଥିବା ନଡ଼ାରେ ଅଗ୍ନୀ ସଂଯୋଗ କରାଯାଇଥିଲେ। ଏହି ସମୟରେ ଗ୍ରାମବାସୀମାନେ ନଡ଼ାଗଦାରେ ବିଭିନ୍ନ ପ୍ରକାର ପରିବା ଓ ନଡ଼ିଆ ପକାଇ ନିଜ ମାନସିକ ରଖିଥିଲେ। ଅଗ୍ନୀ ଉତ୍ସବ ପୂଜା ଶେଷହେବାପରେ ପୂଜକ ଶୀଳତ ଦେଇ ନିଆଁଁ ଗଦାକୁ ଖେଳାଇ ସେଥିରୁ ବିଭିନ୍ନ ଫଳ ଓ ନଡ଼ିଆ ପୋଡ଼ାକୁ ଉପସ୍ଥିତ ସମସ୍ତ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ଏହି ଉତ୍ସବରେ ଗ୍ରାମର ଯୁବକ ସଂଘ ସଭ୍ୟ ଓ ଗ୍ରାମ କମିଟିର ସଭ୍ୟମାନେ ଉପସ୍ଥିତରହି ଉତ୍ସବକୁ ପାରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର