ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାସନାଲର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ‘ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାସନାଲ୍‌’ର ୨୫ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ମେ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,  ବିଧାୟକ ବିଜୟ ମହାନ୍ତ, ପ୍ରିୟଦର୍ଶୀ ମିଶ୍ର ଓ ଆକାଶ ଦାସନାୟକ, ମେୟର ଅନନ୍ତ ନାରାୟଣ ଜେନା, ସମାଜସେବୀ ଜଗନ୍ନାଥ ପ୍ରଧାନ, ଅଭିନେତ୍ରୀ ଭୂମିକା ଓ ଉପାସନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ତଥା ଆଇନଜୀବୀ ନିହାର ପ୍ରହରାଜ  ଏଥିରେ ସଭାପତିତ୍ୱ କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଦିଲ୍ଲୀପ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୁଷ୍ପମିତା ପ୍ରହରାଜ ଧନ୍ୟବାଦ ଅର୍ପଣ କରିଥିଲେ। ରଙ୍ଗିଲା ଅନୁଷ୍ଠାନର କଳାକାରମାନେ ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ମାଗଣା ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଛୋଟ ଶିଶମାନଙ୍କୁ ଅନୁଷ୍ଠାନ ତରଫରୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।

ସମ୍ବନ୍ଧିତ ଖବର