ରସୁଲଗଡ଼ ଜୋନ୍‌୪୪୮ ପ୍ରତିଯୋଗୀ, ୧୮ ବିଜେତା

ଭୁବନେଶ୍ୱର: ରସୁଲଗଡ଼ ଜୋନ୍‌ ପାଇଁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଝାରପଡ଼ା ଓ ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ୍‌ଠାରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୪୪୮ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ତିନିଟି ବିଭାଗରେ ମୋଟ ୧୮ଜଣ ବିଜେତା ହୋଇଛନ୍ତି।

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରୀକ୍ଷା କେନ୍ଦ୍ରରେ ଓଡ଼ିଆ ଭାଷାଜ୍ଞାନ – ପ୍ରବନ୍ଧରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଝାରପଡ଼ାର ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୀତଳ ପ୍ରି. ରାଉତ ପ୍ରଥମ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ଝାରପଡ଼ାର ଦଶମ ଶ୍ରେଣୀ ଛାତ୍ରୀ ପୂଜା ସେଠୀ ଦ୍ୱିତୀୟ ଓ ଭାରତୀ ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ର ଶ୍ରୀନିବାସ ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୁଣି ହସ୍ତାକ୍ଷରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଲୋପାମୁଦ୍ରା ସାହୁ ଓ ଶୁଭଲକ୍ଷ୍ମୀ ଜେନା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିବା ବେଳେ ସରସ୍ୱତୀ ଶିଶୁମନ୍ଦିର, ରସୁଲଗଡ଼ ଛାତ୍ରୀ ସୁଶ୍ରୀ ସ୍ମୃତିପ୍ରଜ୍ଞା ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ୍‌ ସ୍କୁଲ୍‌ ପୋଖରୀପୁଟର୍‌ ଭାସ୍ୱତ୍‌ ଦାସ ପ୍ରଥମ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସାଇନା ସୁହାନି ସାହୁ ଦ୍ୱିତୀୟ ଓ ଡିଭାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଅହମ୍ମଦ ଅର୍ମାନ୍‌ ଖାନ୍‌ ତୃତୀୟ ହୋଇଛନ୍ତି। ଏଥିରେ ବିଚାରକ ଭାବେ ମହେଶ୍ୱର ମହାରଣା, ଭାଗବତ ଶୁକ୍ଳା, ସନ୍ତୋଷ ମିଶ୍ର ଓ ଜ୍ଞାନୀନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ୍‌ ପରୀକ୍ଷା କେନ୍ଦ୍ରରେ ଭାଷାଜ୍ଞାନ-ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ର ଶିବାନନ୍ଦ ପଟ୍ଟନାୟକ ପ୍ରଥମ, ପଳାଶୁଣୀ ୟୁ.ଜି. ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ରାଇସେନ୍‌ ସୋରେନ୍‌ ଦ୍ଵିତୀୟ ଓ ବ୍ରହ୍ମେଶ୍ୱର କଲୋନି ରସୁଲଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶୁଭଲକ୍ଷ୍ମୀ ନାୟକ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହସ୍ତାକ୍ଷରରେ ବ୍ରହ୍ମେଶ୍ୱର କଲୋନି, ରସୁଲଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଷଷ୍ଠ ଶ୍ରେଣୀ ଛାତ୍ରୀ ସମୀକ୍ଷା ପ୍ରଧାନ ପ୍ରଥମ, ପ୍ରଭୁଜୀ ଇଂରାଜୀ ମାଧମ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ସୁଚିସ୍ମିତା ସିଂହ ଦ୍ୱିତୀୟ ଓ ସୁରେନ୍ଦ୍ର ସାଏ ବିଦ୍ୟାମନ୍ଦିରର ସପ୍ତମ ଶ୍ରେଣୀ ଛାତ୍ର ଆୟୁଷ୍ମାନ ମହାନ୍ତି ତୃତୀୟ ସ୍ଥାନ ହାସଲ କରଛନ୍ତି। ଚିତ୍ରାଙ୍କନରେ ଏମ୍‌ବିଏସ୍‌ ପବ୍ଲିକ୍‌ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ର ସୌମେଶ କର ପ୍ରଥମ, ପଳାଶୁଣୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ବିରୂପାକ୍ଷ ଭୂୟାଁ ଦ୍ଵିତୀୟ ଓ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଛାତ୍ରୀ ଶତାକ୍ଷୀ ସଂପଦା ଜେନା ତୃତୀୟ ସ୍ଥାନ ହାସଲ କରିଥିଲେ। ବିଚାରକ ଭାବେ ଲିଙ୍ଗରାଜ ମହାନ୍ତି, ରମାକାନ୍ତ ସାହୁ, ସୌମ୍ୟାରାଣୀ ଶତପଥୀ, ସସ୍ମିତା କାମିଲା ଯୋଗ ଦେଇଥିଲେ। ଅତିଥି ଭାବେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ଅଧ୍ୟକ୍ଷ ଏନ୍‌.ଏସ୍‌. ପ୍ରସାଦ, ଉପାଧ୍ୟକ୍ଷ କିଶୁ ପୃଷ୍ଟି, ଅଜୟ ବିଶ୍ୱାଳ, ନିର୍ଦ୍ଦେଶକ ଗତିକୃଷ୍ଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର