ରେଭେନ୍‌ସା-୭୨ର ବାର୍ଷିକ ସମାବେଶ

ଭୁବନେଶ୍ୱର: ‘ରେଭେନ୍‌ସା ୭୨’ ପକ୍ଷରୁ ଏକ ବାର୍ଷିକ ସମାବେଶ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକଦା ରେଭେନ୍‌ସାର ଛାତ୍ର ଥିବା ତିନି ବିଖ୍ୟାତ ଶିକ୍ଷାବିତ୍‌ ପ୍ରଫେସର ଶ୍ରୀନିବାସ ମିଶ୍ର (ଓଡ଼ିଆ), ପ୍ରଫେସର ଘନଶ୍ୟାମ ଦାଶ (ଅର୍ଥନୀତି) ଏବଂ ପ୍ରଫେସର ପବିତ୍ର ମୋହନ ନାୟକ (ଇଂରାଜୀ)ଙ୍କୁ ସ୍ଥାନୀୟ ଏକ ହୋଟେଲରେ ସମ୍ମାନିତ କରାଯାଇଥିଲା। କିଛି ମାସ ପୂର୍ବରୁ ଏହି ଅନୁଷ୍ଠାନ ତରଫରୁ ପ୍ରାୟ ସାତ ଫୁଟ ଉଚ୍ଚତାର ଏକ ବୁଦ୍ଧ ପ୍ରତିମା ରେଭେନ୍‌ସା ବିଶ୍ୱବିଦ୍ୟାଳୟକୁ ଦାନ କରାଯାଇଥିବା ସମ୍ପାଦକ ଜଣାଇଥିଲେ। ଏହି ସମାବେଶରେ ପ୍ରାକ୍ତନ ପ୍ରଶାସକ ଅରବିନ୍ଦ ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଗୋକୁଳ ଚନ୍ଦ୍ର ମିଶ୍ର ବିବରଣୀ ପାଠ କରିଥିଲେ। ସଭାରେ ବିଜୟ ସିଂହ, ମନୋଜ ଦାସ ଏବଂ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର