ରୁକୁଣା ରଥଯାତ୍ରା ପ୍ରସ୍ତୁତି, ସେବାୟତଙ୍କ ସହ ଡିସିପିଙ୍କ ଆଲୋଚନା

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗତକାଲି କମିସନରେଟ୍‌ ପୁଲିସ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ପାଳନ ନେଇ ଆଜି ଡିସିପି ଅନୁପ କୁମାର ସାହୁ ସେବାୟତ ଓ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀଲିଙ୍ଗରାଜ ଥାନାରେ ଅନୁଷ୍ଠିତ ବୈଠକରେ ରଥ କର୍ଡନ ଭିତରେ ଅନଧିକୃତ ବ୍ୟକ୍ତି ଓ ରଥ ଉପରେ ଅନାବଶ୍ୟକ ସେବାୟତଙ୍କ ଉପରେ ହୋଇଥିବା କଟକଣା କିଭଳି ପାଳିତ ହେବ ସେ ନେଇ ଆଲୋଚନା କରାଯାଇଛି। କର୍ଡନ ଭିତରେ କେବଳ ରଥ ଟାଣିବା ଓ ରଥ ମରାମତି କରିବା ପାଇଁ ଆବଶ୍ୟକ ହେଉଥିବା ଅଧିକୃତ ବ୍ୟକ୍ତିଙ୍କୁ କମିସନରେଟ୍‌ ପୁଲିସ ପାସ୍‌ ଯୋଗାଇବାକୁ ସ୍ଥିର କରିଛି। ଏହି ପାସ୍‌ର କିଭଳି ଅପବ୍ୟବହାର ହେବ ନାହିଁ ବା ଏହି ପାସ୍‌କୁ ନେଇ ଅନଧିକୃତ ବ୍ୟକ୍ତି କିଭଳି ଭିତରେ ପ୍ରବେଶ କରି‌େବ ନାହିଁ ସେ ଦିଗରେ ସେବାୟତମାନେ ଧ୍ୟାନ ଦେବାପାଇଁ କୁହାଯାଇଛି। ସେହିଭଳି ରଥଯାତ୍ରା ସମୟରେ ସେବାୟତମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଡିସିପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିଭଳି ସମନ୍ବୟ ରକ୍ଷା ପୂର୍ବକ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରାଯିବ ‌ତାହା ଉପରେ ଗୁରୁତ୍ବାରାପ କରାଯାଇଛି।

ସମ୍ବନ୍ଧିତ ଖବର