ରେଡ୍‌କ୍ରସର ଜାତୀୟସ୍ତରୀୟ ପ୍ରଶିକ୍ଷଣ, ପ୍ରତ୍ୟେକ ମଣିଷ ଈଶ୍ବରଙ୍କ ଅଂଶବିଶେଷ ଭାବି ସେବା କରିବା ଉଚିତ

ଭୁବନେଶ୍ବର: ସେବାର ସୀମା ସରହଦ ନାହିଁ। ଏହା କୌଣସି ମନୁଷ୍ୟକୃତ ବନ୍ଧନ ବା ବିଭେଦକୁ ସ୍ବୀକାର କରେନାହିଁ। ମାନବସେବା ହିଁ ଆଧ୍ୟାତ୍ମିକତାର ପ୍ରସାରିତ ରୂପ। ଏହା ହିଁ ରେଡ୍‌କ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ରାଜ୍ୟପାଳ ତଥା ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡ଼ିଶା ଶାଖାର ଅଧ୍ୟକ୍ଷ ପ୍ରଫେସର ଗଣେଶୀ ଲାଲ୍‌। ଆଜି ଭାରତୀୟ ରେଡ୍‌କ୍ରସ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ହୋଟେଲ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସ୍‌ନାଲ୍‌ଠାରେ ଆୟୋଜିତ ଏକ ଜାତୀୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ରାଜ୍ୟପାଳ ଶ୍ରୀ ଲାଲ୍‌ ଏହା କହିଛନ୍ତି। ସେ ଆହୁରି କହିଲେ, ଯେଉଁଠି ଦୁଃଖ ଅଛି, ଆବଶ୍ୟକତା ଅଛି ସେଠି ପହଞ୍ଚିବା ଦରକାର ଏବଂ ସାମର୍ଥ୍ୟ ମତେ ସାହାଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ମଣିଷ ଈଶ୍ବରଙ୍କ ଅଂଶବିଶେଷ। ଏହି ଭାବଧାରାରେ ଅନୁପ୍ରାଣିତ ହୋଇ ସେବା କରିବା‌କୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ ଭାରତୀୟ ରେଡ୍‌କ୍ରସ ସୋସାଇଟି ଜାତୀୟ ମୁଖ୍ୟାଳୟର ମହାସଚିବ ଆର୍‌.କେ. ଜୈନ, ରେଡ୍‌କ୍ରସର ଅନ୍ତର୍ଜାତୀୟ ପ୍ରତିନିଧି କମିଟିର ଉପମୁଖ୍ୟ ଇଭିସ୍‌ ହେଲର, ଓଡ଼ିଶା ଶାଖାର ଅବୈତନିକ ସଚିବ ସି.ଟି. ଏମ୍‌. ସୁଗୁଣା, ଅବୈତନିକ କୋଷାଧ୍ୟକ୍ଷା ମେଜର କଳ୍ପନା ଦାଶ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ରେଡ୍‌କ୍ରସର ସ୍ଥିତି ଓ ପ୍ରଗତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ରାଜଧାନୀରେ ପୁଳା ପୁଳା ବେଆଇନ ଡ୍ୟାନ୍ସବାର୍‌
ରାଜଧାନୀରେ ଏବେ ବି ପୁଳା ପୁଳା ଡ୍ୟାନ୍ସବାର୍‌ ବେଆଇନ ଭାବେ ଚାଲିଛି। ପୁଲିସ ଓ ଅବକାରୀ ବିଭାଗ କେବଳ କଟକରୋଡରେ ଥିବା ଡ୍ୟାନ୍ସବାର୍‌ଗୁଡିକ ଉପରେ ନଜର ଥାଏ। ପ୍ରତି ଥର ଏଠାରେ ଥିବା ବାର୍‌ଗୁଡିକ ଉପରେ ପୁଲିସ ଚଢ଼ଉ କରେ। କିନ୍ତୁ ରାଜଧାନୀରେ ଚନ୍ଦ୍ର‌େଶେଖରପୁର, ବାପୁଜୀନଗର, ଅଶୋକନଗର, ଖଣ୍ଡଗିରି, ପୁରୁଣା ଭୁବନେଶ୍ବର ପଟେ ବେଆଇନ ଭାବେ ଏକାଧିକ ଡ୍ୟାନ୍ସବାର୍‌ ଚାଲୁଛି। ଯେତେବେଳେ କଟକରୋଡରେ ଡ୍ୟାନ୍ସବାର୍‌ ବନ୍ଦ ଥିଲା, ସେତେବେଳେ ଏହି ସବୁ ଡ୍ୟାନ୍ସବାର୍‌ଗୁଡିକର ଚାହିଦା ବଢ଼ି ଯାଇଥିଲା। ତେବେ ଏହି ସବୁ ଡ୍ୟାନ୍ସବାର୍‌ଗୁଡିକ ଉପରେ କେବେ ଚଢ଼ଉ ହେବ ତାକୁ ଅପେକ୍ଷା।

କ’ଣ କୁହନ୍ତି ବାର୍‌ ଓ ରେସ୍ତୋରାଁ ସଂଘ ସମ୍ପାଦକ
ଆଜି ଅବକାରୀ ବିଭାଗ ପକ୍ଷରୁ ଡ୍ୟାନ୍ସବାର୍‌ ଚଳାଇବାକୁ ଅନୁମତି ମିଳିବା ପରେ ସଂଘ ସମ୍ପାଦକ ସତ୍ୟ ମହାନ୍ତି ନିଜ ପ୍ରତିକ୍ରିୟା ରଖିଛନ୍ତି। ଆଉ ପୂର୍ବ ଭଳି ପୁଲିସ ବାର୍‌ ଉପରେ ଚଢ଼ଉ କରି ବାର୍‌ଗର୍ଲ ଓ ଗ୍ରାହକମାନଙ୍କୁ ଅଯଥାରେ ହଇରାଣ ହରକତ କରି ପାରିବ ନାହିଁ। ବରଂ ପୁଲିସକୁ ଆମେ ସହଯୋଗ କରିବୁ। ଆମର ସମସ୍ୟା ଆସିଲେ ପୁଲିସକୁ ଜଣାଇବୁ, ପୁଲିସର ସହଯୋଗ ନେବୁ। ରାଜଧାନୀରେ ଅନ୍ୟ ଯେଉଁ ବାର୍‌ଗୁଡିକ ଲାଇସେନ୍ସ ପାଇ ନାହାନ୍ତି, ସେମାନେ ତୁରନ୍ତ ଲାଇସେନ୍ସ ପାଇଁ ଆବେଦନ କରିବେ। ସେହିପରି ମ୍ୟୁଜିକାଲ ନାଇଟ ପ୍ରୋଗ୍ରାମ ସମୟ ଏବେ ରାତି ସାଢ଼େ ୧୦ଟା‌ ପର୍ଯ୍ୟନ୍ତ ରହିଛି। କିନ୍ତୁ ଏକ ନିବୁଜ ଘର ଭିତରେ ଡ୍ୟାନ୍ସବାର୍‌ ଚାଲୁଥିବାରୁ ଏହି ସମୟକୁ ରାତି ୧୨ ପର୍ଯ୍ୟନ୍ତ ବଢ଼ାଇବାକୁ ସଂଘ ଅନୁରୋଧ କରିବ ବୋଲି ସମ୍ପାଦକ ଶ୍ରୀ ମହାନ୍ତି କହିଛନ୍ତି।

ଡ୍ୟାନ୍ସବାର୍‌ ଖୋଲିଲା, କିନ୍ତୁ ଗ୍ରାହକ ଆସିବେ ତ?
ଅବକାରୀ ବିଭାଗ ଅନୁମତି ଦେବା ପରେ ଏବେ ରାଜଧାନୀର ୭ଟି ଡ୍ୟାନ୍ସବାର୍‌ ଖୋଲି ଯାଇଛି। କିନ୍ତୁ ନୂଆ ମୋଟର ଯାନ ସଂଶୋଧନ ଆଇନ ଆସିବା ପରେ ଏହାର ପ୍ରଭାବ ସିଧା ସଳଖ ମଦ ଦୋକାନ ଓ ବାର୍‌ଗୁଡିକ ଉପରେ ପଡ଼ିବା ଆରମ୍ଭ କରିଛି। ମଦୁଆଙ୍କଠାରୁ ପୁଲିସ ଓ ପରିବହନ ବିଭାଗ ଯେଉଁ ହାରରେ ଜରିମାନା ଆଦାୟ କରୁଛି, ତାହାର ପ୍ରଭାବ ଏବେ ମଦ୍ୟପମାନଙ୍କ ଉପରେ ପଡ଼ିଛି। ଭୟରେ ରାଜଧାନୀର ବିଭିନ୍ନ ସାଧାରଣ ବାର୍‌ ମଧ୍ୟ ଫାଙ୍କା ପଡ଼ୁଛି, ଡ୍ୟାନ୍ସବାର୍‌କୁ ପଚାରେ କିଏ। ଏଭଳି ପରିସ୍ଥିତିରେ ଚର୍ଚ୍ଚା ହେଉଛି, ଡ୍ୟାନ୍ସବାର୍‌କୁ ଗ୍ରାହକ ଆସିବେ ତ!

କେଉଁ କେଉଁ ବାର୍‌କୁ ମିଳିଲା ଅନୁମତି
ଯେଉଁ ୭ଟି ଡ୍ୟାନ୍ସବାର୍‌କୁ ଅନୁମତି ମିଳିଛି ସେଗୁଡିକ ହେଲା, କଟକରୋଡରେ ଥିବା ରେନ ଦି ବାର୍‌, ଦୀପାଳି ଇଣ୍ଟର ନ୍ୟାସନାଲ, ସ୍ବାଗତ, ଲିଭ ଇଟ ଅପ୍, ଓଏସିସି, ଗ୍ରିନଫିଲ୍ଡ ଓ ଏକାମ୍ର ବାର୍‌। କେବଳ ଏହି ୭ଟି ବାର୍‌ରେ ଡ୍ୟାନ୍ସ ହୋଇ ପାରିବ। ଅନ୍ୟମାନେ ବାର୍‌ରେ ଡ୍ୟାନ୍ସ କରାଇଲେ ବାର୍‌ ଲାଇସେନ୍ସ ରଦ୍ଦ ହେବ ବୋଲି ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କ’ଣ ରହିଛି ବାର୍‌ ମାଲିକଙ୍କୁ ସର୍ତ
ଅବକାରୀ ଓ ପୁଲିସ ବିଭାଗ ବାର୍‌ ମାଲିକଙ୍କ ନିକଟରେ କେତେକ ସର୍ତ ରଖିଛନ୍ତି। ସେଗୁଡିକ ହେଲା ଯେଉଁଠି ଯୁବତୀମାନେ ନୃତ୍ୟ ପରିବଷେଣ କରିବେ ସେହି ଷ୍ଟେଜ୍‌ର ଉଚ୍ଚତା ସାଢ଼େ ୩ ଫୁଟ ଉଚ୍ଚା ଓ ଲୁହାର ରେଲିଂ ରହିବ। ଷ୍ଟେଜ୍‌ଠାରୁ ଗ୍ରାହକମାନଙ୍କ ଦୂରତା ୫ଫୁଟ କିମ୍ବା ତଦୁର୍ଧ ରହିବ। ବାର୍‌ ଭିତରେ କୌଣସି ଯୁବତୀ ଅଶ୍ଳୀଳ ନୃତ୍ୟ ପରିବେଷଣ କରି ପାରିବେ ନାହିଁ। ସେହିପରି ଗ୍ରାହକମାନେ ମଧ୍ୟ ବାର୍‌ଗର୍ଲମାନଙ୍କ ଟଙ୍କା ଫିଙ୍ଗିବା ବା ଉଡାଇ ପାରିବେ ନାହିଁ। ଷ୍ଟେଜ୍‌ ଓ ଗ୍ରାହକମାନଙ୍କୁ ଲକ୍ଷ୍ୟ କରି ସିସି କ୍ୟା‌ମେରା ଲାଗିବ। ସିସିଟିଭି ଫୁଟେଜ ୯୦ ଦିନ ପର୍ଯ୍ୟନ୍ତ ମହଜୁଦ ରହିବ। ଯେ କୌଣସି ମୁହୂର୍ତରେ ଅବକାରୀ ବିଭାଗ ଓ ପୁଲିସ ଏହାର ଯାଞ୍ଚ କରି ପାରିବେ। ବାର ଭିତରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବେ।

ବାର୍‌ଗର୍ଲମାନଙ୍କ ପାଇଁ ମଧ୍ୟ ରହିଛି ନିୟମ
ବାର୍‌ଗର୍ଲମାନଙ୍କ ପାଇଁ ମଧ୍ୟ କିଛି ସର୍ତ ରହିଛି। ନୃତ୍ୟ ପରିବେଷଣ କର‌ୁଥିବା ଯୁବତୀଙ୍କ ଆଧାରକାର୍ଡର କପି, ଫିଟ୍‌ନେସ ସାର୍ଟିଫିକେଟ (ମେଡିକାଲ ରିପୋର୍ଟ), ବାର୍‌ରେ ନାଚିବା ଲାଗି ଏକ ସତ୍ୟପାଠ ବାର୍‌ ମାଲିକମାନଙ୍କ ପାଖରେ ଜମା କରିବେ। ବାର୍‌ଗର୍ଲମାନଙ୍କ ବୟସ ୨୧ ବର୍ଷରୁ କମ୍‌ ହୋଇନଥିବ। ଏହାଛଡ଼ା ବାର୍‌ଗର୍ଲମାନେ କେଉଁ ରାଜ୍ୟର ତାହା ମଧ୍ୟ ଜଣାଇବେ। ସେହିପରି ବାରଗର୍ଲମାନଙ୍କର ଏକ ରେଜିଷ୍ଟର ବାର‌୍ରେ ରହିବ। କେଉଁ ଦିନ କେଉଁ ବାର୍‌ଗର୍ଲ ବାର୍‌କୁ ନୃତ୍ୟ ପରିବେଷେଣ ପାଇଁ ଆସୁଛନ୍ତି ତାହା ସେଥିରେ ଉଲ୍ଲେଖ ରହିବ। ବାର୍‌ଗର୍ଲମାନେ ଉତ୍ତେଜକ ପୋଷାକ ପିନ୍ଧି ପାରିବେ ନାହିଁ। ବାର୍‌କୁ ଆସୁଥିବା ଗ୍ରାହକମାନଙ୍କ ସମ୍ପର୍କରେ ତଥ୍ୟ ମଧ୍ୟ ଏକ ରେଜିଷ୍ଟରରେ ଉଲ୍ଲେଖ ରହିବ।

ସମ୍ବନ୍ଧିତ ଖବର