ଓଡ଼ିଶା-ଜାପାନ ମଧ୍ୟରେ ଭାବର ଆଦାନପ୍ରଦାନ

ଭୁବନେଶ୍ୱର: ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଜାପାନ- ଓଡ଼ିଶା ମଧ୍ୟରେ କଳା ଓ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ହୋଇଯାଇଛି। ଜାପାନର ହୋଡା ମାସନୋରୀ, ନାକୋ ମିହ୍ୟାରା ଓ ୟୁରିନା ମିହ୍ୟାରା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାପାନୀ କଳାକାର ସେମାନଙ୍କ ପାରମ୍ପରିକ ବାଦ୍ୟ ପରିବେଷଣ କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବିମଳେନ୍ଦୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ମାତୃଭାଷା, ରାଷ୍ଟ୍ରଭାଷା ଓ ଅନ୍ୟ ବିଦେଶୀ ଭାଷା ଶିଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଜାପାନ-ଭାରତ ଫ୍ରେଣ୍ଡସିପ୍‌ ସେଣ୍ଟରର ସଭାପତି କୁନା ଦାଶ ଯୋଗଦେଇ ଓଡ଼ିଶା ଓ ଜାପାନ ମଧ୍ୟରେ ଭାଷାର ଆଦାନ ପ୍ରଦାନ ହେଲେ ଶିଳ୍ପଭିତ୍ତିକ ସମ୍ପର୍କ ମଜଭୁତ ହେବ ବୋଲି କହିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ୍‌ ପବିତ୍ର ରାଉତରାୟ, ଅଧ୍ୟକ୍ଷ ସ୍ୱରୂପାନନ୍ଦ ମିଶ୍ର, ଉପାଧ୍ୟକ୍ଷ କବୀନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର