ଅବସରପ୍ରାପ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ଜାନକୀ ବଲ୍ଲଭ ଦାଶଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ସଚିବ ଡା. ଜାନକୀ ବଲ୍ଲଭ ଦାଶଙ୍କର ନିଜ ମୈତ୍ରୀବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଶ୍ରୀ ଦାଶ ତାଙ୍କ କର୍ମମୟ ଜୀବନରେ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ତଥା ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଜାତିସଂଘ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କାର୍ଯ୍ୟକ୍ରମ ସହ ମଧ୍ୟ ସାମିଲ ଥିଲେ। ପରବର୍ତ୍ତୀ ସମୟରେ କଳିଙ୍ଗ ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସହ ଜଡ଼ିତ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁତ୍ର ରମାକାନ୍ତ, ପୂତ୍ରବଧୂ, ଝିଅ, ନାତିନାତୁଣୀ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛନ୍ତି।

ସମ୍ବନ୍ଧିତ ଖବର