ସଡ଼କ ସୁରକ୍ଷା ସଚେତନତା ଶିବିର

ଭୁବନେଶ୍ବର : ସ୍ବେଚ୍ଛାସେବୀ, ସା˚ସ୍କୃତିକ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନ ‘କସ୍ତୁରୀ’ ପକ୍ଷରୁ ସଡ଼କ ସୁରକ୍ଷା-ଜୀବନ ରକ୍ଷା ସଚେତନତା ଶିବିର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ପ୍ରଫେସର ଶଶିକାନ୍ତ ରାଉତ ମୁଖ୍ୟବକ୍ତା ଏବଂ କର୍ପୋରେଟର ନବକିଶୋର ବେହେରା ଓ ଭବାନୀ ଆଗ୍ରୋ ସର୍ଭିସେସ୍‌ର ପ୍ରତିଷ୍ଠାତା ପ୍ରତାପ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ନେଇ ସଡ଼କ ସୁରକ୍ଷା-ଜୀବନରକ୍ଷା ଶୀର୍ଷକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିକ୍ଷାବିତ୍‌ ବନଜା ରାଉତରାୟ, ପ୍ରଫେସର ଶଶିକାନ୍ତ ରାଉତ, ସମାଜସେବୀ ସୁସ୍ମିତା ଶତପଥୀ ଓ ପ୍ରଫେସର ବୁଦ୍ଧଦେବ ସ୍ବାଇଁ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ଭାସ୍କର ଚନ୍ଦ୍ର ନାୟକ (ରାଜା) କାର୍ଯ୍ୟକ୍ରମ ପରିଚାଳନା କରିଥି‌ଲେ। ଅନୁଷ୍ଠାନ ପକ୍ଷରୁ ଆସନ୍ତା ୨୬ତାରିଖ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ବିଡିଏ କଲୋନିଠାରେ ରକ୍ତଦାନ ଶିବିର ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗନେବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ସମ୍ପାଦକଙ୍କୁ ମୋ-୯୯୩୭୧୨୬୦୭୩ / ୯୪୩୭୨୦୭୧୧୪ରେ ଯୋଗଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର