କୋଣାର୍କ ପବ୍ଲିକ୍‌ ସ୍କୁଲ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ: ରାସ୍ତାରେ ସଡ଼କ ନିୟମ ମାନି ଚଳାଉଥିବା ଚାଳକଙ୍କୁ ଧନ୍ୟବାଦ ଦେବା ସହ ବାଣ୍ଟିଥିଲେ ମିଷ୍ଟାନ୍ନ

ଭୁବନେଶ୍ୱର: କୋଣାର୍କ ପବ୍ଲିକ୍‌ ସ୍କୁଲ ପାଣ୍ଡରାର ପ୍ରିନ୍ସିପାଲ ଶ୍ରୀ ବନମାଳୀ ପାଣିଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ପାଣ୍ଡରା ବାଇପାସ ନିକଟରେ ଗାଡ଼ି ଚାଳକମାନଙ୍କୁ ଅଟକାଇ ସେମାନଙ୍କୁ ଦ୍ରୁତ ଗତିରେ ଗାଡ଼ି ନଚଳାଇବା ସହିତ ନିଶା ସେବନ କରି, ହେଲମେଟ ନପିନ୍ଧି, ବେଲଟ ନବାନ୍ଧି ଗାଡ଼ି ଚଳାଇବା ମହାବିପତ୍ତି ବୋଲି ବୁଝାଇଥିଲେ।

ସେହିପରି ସଡ଼କ ସୁରକ୍ଷା ନିୟମ ସଠିକ୍‌ ଭାବେ ପାଳନ କରୁଥିବା ଚାଳକମାନଙ୍କୁ ଧନ୍ୟବାଦ ଦେବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ସ୍କୁଲ ସେକ୍ରେଟାରୀ ଖଗେଶ୍ୱର ବାରିକ୍‌ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସମାଜରେ ଜନ ଜାଗରଣ ସୃଷ୍ଟି କରିବାରେ ପିଲାମାନଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନେ ମଧ୍ୟ ଏହା ମାଧ୍ୟମରେ ସଡକ ସୁରକ୍ଷା ବିଷୟରେ ଅଧିକ ଶିକ୍ଷା କରିବେ ବୋଲି ସ୍କୁଲ ପ୍ରିନ୍ସିପାଲ କହିଥିଲେ।

ସମ୍ବନ୍ଧିତ ଖବର