ସଡ଼କ ସୁରକ୍ଷା ବାର୍ତା ଦେଲା ଅଟୋ ମହାସଂଘ

ଭୁବନେଶ୍ୱର : ଭୁବନେଶ୍ୱର ଅଟୋ ମହାସଂଘ ତରଫରୁ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ଦିବସ ପାଳିତ ହୋଇଯାଇଛି। ମାଷ୍ଟର କ୍ୟାଷ୍ଟିନ୍‌ଠାରେ ସମସ୍ତ ଅଟୋ ଚାଳକମାନେ ଏକଜୁଟ୍‌ ହୋଇ ଶୋଭାଯାତ୍ରା ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତା ବାଣ୍ଟିଥିଲେ। କାର୍ଯ୍ୟକ୍ରମକୁ ଡିସିପି ଅନୁପ ସାହୁ, ସୁବାସ ସିଂ, ଅନନ୍ତ ନାରାୟଣ ଜେନା ପ୍ରମୁଖ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମହାସଂଘର ସଂପାଦକ ପଦ୍ମନ କୁମାର ସାମଲଙ୍କ ସଭାପତିତ୍ୱରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଟ୍ରାଫିକ ଏସିପି ଯତୀନ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଓ ସଂଜୟ ବେହେରା, ଏମ୍‌ଭିଆଇ ବିରଞ୍ଚି ନାରାୟଣ ଅଧିକାରୀ, କଳିଙ୍ଗ କୁସୁମ ଫାଉଣ୍ଡେସନ୍‌ର ନିର୍ଦ୍ଦେଶକ ସୁଜିତ କୁମାର, ରାଜଧାନୀ ଅଟୋ ମହାସଂଘର ସଭାପତି ନବକିଶୋର ମହାନ୍ତି, ପସୋର ସାଧାରଣ ସଂପାଦକ ଏସ୍‌ କେ ମକବୁଲ ଅଲ୍ଲୀ, ଓଡ଼ିଶା ମୋଟର ଚାଳକ ସଂଘର ସଭାପତି ଶରତ ଚନ୍ଦ୍ର ସାହାଣୀ, ଏସ୍‌.ଜେ ଡେଭଲପର୍‌ର ନିର୍ଦ୍ଦେଶକ ଯାଚକ ମିଶ୍ର, ଶାଗୁଆ ମାଝି, ମାନ ସିଂ, ଭୁବନେଶ୍ୱର ଅଟୋ ମହାସଂଘର ଉପସଭାପତି ମିହିର କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କୁସୁମ ଫାଉଣ୍ଡେସନ୍‌ ଓ ସମ୍‌ ହସ୍ପିଟାଲ ମିଳିତ ସହଯୋଗରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା। ଡ. ପ୍ରସନ୍ନ ମହାନ୍ତି ଶିବିରରେ ଚକ୍ଷୁ ପରୀକ୍ଷା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାତୀ ତନ୍ମୟ ମିଶ୍ର, ଭୋଳାନାଥ ବେହେରା, ବିଜୟ ପଟ୍ଟନାୟକ, ମେହେତା ଦିଗଲ, ଗଦାଧର ରାଉତ, ବିଦ୍ୟାଧର ରାଉତ, ସନ୍ତୋଷ ରାଜୁ, ଅବନି, ରଜତ, ବିଜୟଲକ୍ଷ୍ମୀ ମହାନ୍ତି, ଲଳିତ ପାତ୍ର, କପୂରା ସୋରେନ, ସିଦ୍ଧାର୍ଥ ମହାନ୍ତି, ଗୋବିନ୍ଦ, କମଳକାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର