ଟ୍ରାଫିକ୍‌ ସଚେତନତା: ଅଡ଼ୁଆରେ ପ୍ରେମୀଯୁଗଳ

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ରୂପାଲି ଛକଠାରେ ଏକ ନିଆରା ଟ୍ରାଫିକ୍‌ ସଚେତନତା ସୃଷ୍ଟି କରାଯାଇଛି। ଯେଉଁମାନେ ହେଲମେଟ୍‌ ପିନ୍ଧିନାହାନ୍ତି ବା ଟ୍ରାଫିକ୍‌ ନିୟମ ଅବମାନନା କରୁଛନ୍ତି, ସେମାନଙ୍କ ଫଟୋ ଉଠାଯାଇ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରାଯାଇଛି। ଅପମାନବୋଧ ଅନୁଭବ ହେଲେ ଲୋକେ ସଚେତନ ହେବେ। ଏଭଳି ଯୋଜନା କରି ଏକ ଅନୁଷ୍ଠାନ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛିା ତେବେ ଏଭଳି ଏକ ବିଚିତ୍ର ସଚେତନତାକୁ ନେଇ ପ୍ରେମୀଯୁଗଳ ଛାନିଆ ହୋଇଛନ୍ତି। ଫଟୋ ଉଠିବା ସୋସିଆଲ ମିଡିଆରେ ଅପଲୋଡ୍‌ ହେବା ଚିନ୍ତାଧାରାକୁ ପ୍ରେମୀଯୁଗଳ ଗ୍ରହଣ କରି ପାରିନାହାନ୍ତି। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। କେତେକ ପ୍ରେମୀଯୁଗଳ ଏହି ପରିସ୍ଥିତିକୁ ଏଡ଼ାଇବାକୁ ଯାଇ ଦୂରରୁ ବାଟ ଭାଙ୍ଗି ନିୟମ ଭାଙ୍ଗି ଭୁଲ ରାସ୍ତାରେ ଯିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଘଟଣାସ୍ଥଳରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କମିସନରେଟ ପୁଲିସ ପକ୍ଷରୁ ସୋସିଆଲ ମିଡିଆରେ ଫଟୋ ଅପଲୋଡ୍‌ କରିବା ନେଇ କୌଣସି ନିର୍ଦେଶ ଦିଆଯାଇ ନଥିବା ସ୍ପଷ୍ଟ କରାଯାଇଥିବା ବେଳେ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ହେଉନାହିଁ। କେବଳ ଲୋକଙ୍କୁ ଡରାଇବା ପାଇଁ ଏଭଳି କରାଯାଉଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର