ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ ଆରପିଏଫ କନଷ୍ଟେବଲ

ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଷ୍ଟେସନରେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି ‌ଆରପିଏଫ କନଷ୍ଟେବଲ ଏନ.ବି ରାଓ। ଆଜି ସଂଧ୍ୟା ୫ଟା ୪୮ରେ ଭୁବନେଶ୍ବର-ଭଦ୍ରକ ମେମୁ ଟ୍ରେନ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରୁ ଛାଡ଼ୁଥିଲା। ଏହି ସମୟରେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଜିଲ୍ଲା ମଥୁରି ଗ୍ରାମର ଜଣେ ଯାତ୍ରୀ ନାଜିର ମଲ୍ଲିକ ଜେନେରାଲ ବଗିରୁ ଓହ୍ଲାଇବା ବେଳେ ଖସିପଡ଼ିଥିଲେ। ସେ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ପଡ଼ିଯାଇଥିବା ବେଳେ କନଷ୍ଟେବଲ ଦୌଡ଼ିଯାଇ ତାଙ୍କୁ ଟାଣି ଆଣିଥିଲେ।

ସମ୍ବନ୍ଧିତ ଖବର