ଏକା ଲଢ଼ିଲେ, ଦୁଇ ଲୁଟେରାଙ୍କୁ କାବୁ କଲେ

ଭୁବନେଶ୍ବର: ଲୁଟେରାକୁ ଧରିବାକୁ ଯାଇ ସୋମବାର ବିଳମ୍ବିତ ରାତିରେ ଜଣେ ଆର୍‌ପିଏଫ୍‌ ପୁଲିସ ଆହତ ହୋଇଛନ୍ତି। ଲୁଟେରା ଦ୍ବୟଙ୍କ ଆକ୍ରମଣରେ ଆହତ ହୋଇଥିଲେ ମଧ୍ୟ ସେ ଉଭୟଙ୍କୁ କାବୁ କରିଥିଲେ। ପୁଲିସ ସେମାନଙ୍କୁ ଗିରଫ କିରବା ସହ ଗୋଟିଏ ବାଇକ୍ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଲୁଟେରା ଦ୍ବୟ ହେଲେ ହେଲେ ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ସନ୍ତୋଷ ମହାରଣା(୨୭) ଓ ବାଲେଶ୍ବର ଜିଲ୍ଲା ଦୁବୁଲାଗଡ଼ ଅଞ୍ଚଳର ଆଲୋକ ବାରିକ ଓରଫ ରାଜ ଦାସ(୨୪)। ଉଭୟ ଏଠାରେ ସାଲିଆସାହି ଅଞ୍ଚଳରେ ରହୁଥିଲେ। ଆହତ ଆର୍‌ପିଏଫ୍‌ କର୍ମଚାରୀ ହେଲେ ତାରାକାନ୍ତ ମହାପାତ୍ର। ପୁଲିସ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ସନ୍ତୋଷ ଓ ଆଲୋକ ଷ୍ଟେସନ୍‌ରେ ଶୋଇଥିବା ଜଣେ ରେଳଯାତ୍ରୀଙ୍କୁ ନିକଟସ୍ଥ ଏକ ଅଟୋଷ୍ଟାଣ୍ଡ୍‌କୁ ନେଇ ତାଙ୍କୁ ମାଡ଼ମାରି ବ୍ୟାଗ୍‌, ଟଙ୍କା ମୋବାଇଲ୍‌ ଛଡ଼ାଉଥିଲେ। ଏହି ସମୟରେ ପାଟ୍ରୋଲିଂରେ ଥିବା ଆର୍‌ପିଏଫ୍‌ କର୍ମଚାରୀ ଶ୍ରୀ ମହାପାତ୍ର ସେଠାରେ ପହଞ୍ଚିଥିଲେ। ତାଙ୍କୁ ଦେଖି ଲୁଟେରା ଦ୍ବୟ ଖସିଯିବାକୁ ଉଦ୍ୟମ କରି ଶ୍ରୀ ମହାପାତ୍ରଙ୍କୁ ଆକ୍ରମଣ କରିଥିଲେ। ଜଣେ ଲୁଟେରା ଏକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ।‌ ଶ୍ରୀ ମହାପାତ୍ର ଆହତ ହୋଇଥିଲେ ମଧ୍ୟ ଲୁଟେରା ଦ୍ବୟଙ୍କୁ ଛାଡ଼ି ନଥିଲେ। ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର