ରୁକୁଣା ରଥ କାଠ ଅନୁକୂଳ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରସ୍ତୁତି ପାଇଁ ଆଜି କାଠ ଅନୁକୂଳ ହୋଇଛି। ଶ୍ରୀପଞ୍ଚମୀ ତିଥି ଉପଲକ୍ଷେ ରାତି ପ୍ରାୟ ସାଢ଼େ ୮ଟାରେ ମହପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ ଓ ବାସୁଦେବ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିଥିଲେ। ସେଠାରେ କାଠ ଚିରା ଅନୁକୂଳ ହୋଇଥିଲା। ବିଧି ମୁତାବକ ପୂଜା ପରେ ସେବାୟତ ଏକ ଆମ୍ବ ଗଛରେ କୁରାଢ଼ି ଛୁଆଁଇ କାଠ ଚିରା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ତେବେ ପୂର୍ବରୁ ଠାକୁରଙ୍କ ସିଂହାସନ ଉପରେ ଏକ ପାଚେରି ନିର୍ମାଣ ହୋଇଥିବା ବେଳେ ଆଜି ନୂଆ ସିଂହାସନ କରାଯାଇ ସେଠାରେ ପୂଜା କରାଯାଇଥିଲା। ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଶ୍ରୀପଞ୍ଚମୀ ପଡ଼ିଆ ଜବରଦଖଲ ସମ୍ପର୍କରେ ଅଭିଯୋଗ କରାଯାଇଥିଲେ ମଧ୍ୟ ମନ୍ଦିର ପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ତେବେ ଜବରଦଖଲ ଉଚ୍ଛେଦ ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସଫେଇ ଦେଇଛନ୍ତି। ଆଜି ଉକ୍ତ ଜମିକୁ ଠାକୁର ଯିବା ବେଳେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର