ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌କୁ ‘ସ୍କଚ୍‌ ଆୱାର୍ଡ’

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିଜର ଉତ୍କୃଷ୍ଟମାନର ଶିକ୍ଷା ପ୍ରଣାଳୀ ପାଇଁ ସ୍କଚ୍‌ ଅର୍ଡର୍‌ ଅଫ୍‌ ମେରିଟ୍‌ ଆୱାର୍ଡ ଏବଂ ସ୍କଚ୍‌ ସ୍ମାର୍ଟ ଏଜୁକେସନ୍‌ ବ୍ରୋ ଆୱାର୍ଡ ୨୦୧୮ ଦ୍ୱାରା ପୁରସ୍କୃତ ହୋଇଛି। ଚଳିତ ମାସ ୧୦ ତାରିଖରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍‌ କ୍ଲବରେ ଅନୁଷ୍ଠିତ ୫୧ତମ ସ୍କଚ୍‌ ଶିଖର ସମ୍ମିଳନୀରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ। ଏହି ଆୱାର୍ଡ ସମାଜ ପାଇଁ ଉକୃଷ୍ଟ ଚିନ୍ତାଧାରା ଏବଂ ପରିବର୍ତନ ଆଣୁଥିବା ବ୍ୟକ୍ତିତ୍ୱଙ୍କୁ ଦିଆଯାଇଥାଏ ଯାହା ଦ୍ୱାରା ଆମ ଦେଶ ଏକ ଉନ୍ନତ ଦେଶରେ ପରିଗଣିତ ହେବ। ଏହି ଚୟନରେ ଶିକ୍ଷାବିତ୍‌, ସରକାର, ଉଦ୍ୟୋଗ ଏବଂ ପ୍ରଶାସନିକ କ୍ଷେତ୍ରର ଅନେକ ବଳିଷ୍ଠ ବ୍ୟକ୍ତିତ୍ୱ ସାମିଲ୍‌ ଥିଲେ। ସ୍କଚ୍‌ ଆୱାର୍ଡ ଗ୍ରହଣ କରିବା ପରେ ଚେୟାରମ୍ୟାନ୍‌ ଡ. ସାହୁ କହିଥିଲେ ଯେ, ଭବିଷ୍ୟତରେ ସେ ଶିକ୍ଷା ପ୍ରଣାଳୀକୁ ଆହୁରି ନୂତନତ୍ୱ ଦେବା ସହିତ ଉନ୍ନତମାନର କରିବା ପାଇଁ ଚେଷ୍ଟା ବଜାୟ ରଖିବେ। ଅନ୍ୟ ସଂଗଠନ ଏବଂ ସଂସ୍ଥା ମାନଙ୍କ ମଧ୍ୟରେ ଏମ୍‌ସ, ହିନ୍ଦୁସ୍ଥାନ କୁପର୍‌ ଲିମିଟେଡ୍‌, ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ, ଏଲ୍‌ଆଇସି, ନ୍ୟାସନାଲ୍‌ ହେଲ୍‌ଥ ମିସନ୍‌, ନ୍ୟାସନାଲ୍‌ ସିଡ୍‌ସ କର୍ପୋରେସନ୍‌ ଲିମିଟେଡ୍‌, ଗୁଜୁରାଟ୍‌ ଷ୍ଟେଟ୍‌ କୋ-ପରେଟିଭ୍‌ ବ୍ୟାଙ୍କ, ୟେସ୍‌ ବ୍ୟାଙ୍କ ଆଦି ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର