ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌କୁ ଡିଏଲ୍‌ ଶାହ ସମ୍ମାନ

ଭୁବନେଶ୍ବର: କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌କୁ ଏହାର କେ-୧୨ ଶିକ୍ଷା ପ୍ରଣାଳୀ, ଗୁଣବତ୍ତା ଓ ଉତ୍କୃଷ୍ଟମାନର ଶିକ୍ଷା ପ୍ରଦାନ ପାଇଁ କ୍ରମାଗତ ଭାବେ ଦ୍ୱିତୀୟ ଥର ଡିଏଲ୍ ଶାହ ସମ୍ମାନ ପ୍ରଦାନ କରାଯାଇଛି। ମଙ୍ଗଳବାର ପୁନେଠାରେ ଅନୁଷ୍ଠିତ ଏହାର ଦ୍ୱାଦଶତମ କ୍ୱାଲିଟି କନ୍‌କ୍ଲେଭ୍‌ରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। କନ୍‌କ୍ଲେଭ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଟିସିଏସ୍, ଉଇପ୍ରୋ, ଇନ୍‌ଫୋସିସ୍‌, ଫୋରଟିସ୍ ହେଲ୍‌ଥକେୟାର, ମାକ୍ସ ହସ୍ପିଟାଲ୍, ଆଦିତ୍ୟ ବିର୍ଲା ଆଦି ଅଂଶଗ୍ରହଣ କରିଥିଲେ। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପକ୍ଷରୁ ଚେୟାରମ୍ୟାନ୍ ଡ. ବିଜୟ କୁମାର ସାହୁ, ଭାଇସ୍ ଚେୟାରପର୍ସନ ଡ. ଶିଳ୍ପୀ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଡ. ସାହୁ ସ୍କୁଲ୍‌ର ବିଭିନ୍ନ ସଂଗଠିତ କାର୍ଯ୍ୟକ୍ରମ, ନେତୃତ୍ୱ ଗଠନର ଶିକ୍ଷା, ଶିକ୍ଷା ପ୍ରଦାନ ପ୍ରଣାଳୀ ଉପରେ ଅଭିନବ ପ୍ରକ୍ରିୟା ଆଦି ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର