ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ଜଉନ୍ଧର ଗ୍ଲାସିୟର ଯାତ୍ରା

ଭୁବନେଶ୍ୱର : ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ୫ମ ଶ୍ରେଣୀର ଦୁଇଜଣ ଛାତ୍ରଛାତ୍ରୀ କଇରଭ୍‌ ଖିମ୍‌ଜୀ ଓ ରିଧି ପଟ୍ଟନାୟକଙ୍କ ୩୦ ଏପ୍ରିଲ୍‌ରୁ ୬ ଏପ୍ରିଲ୍‌ ୬ ଦିନର ଜଉନ୍ଧର ଗ୍ଲାସିୟର୍‌ ଯାତ୍ରା ସଫଳତା ପୂର୍ବକ ସମ୍ପୂର୍ଣ୍ଣ କରି ଫେରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଶାରୀରିକ ସୁସ୍ଥତା ପ୍ରତି ଜାଗରଣ ସହିତ ସାହସ ଏବଂ ଉପଲବ୍ଧିର ଏକ ମଜଭୁତ୍‌ ଭାବନା ସୃଷ୍ଟି କରିବା ଏହି ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଉତ୍ତରକାଶୀ ଜିଲ୍ଲାର ତଲୁକା ଗାଁରୁ ଏହି ୨ଜଣ ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ। ଜଉନ୍ଧର ଗ୍ଲାସିୟର୍‌ ଯାତ୍ରା ଅଭିଯାନ ପୂର୍ବରୁ ସେମାନେ ଏକ ପଥୁରିଆ, ଆବୁଡ଼ାଖାବୁଡ଼ା ଏବଂ ବରଫ ଜମିଥିବା ସ୍ଥାନ ଗୋବିନ୍ଦ ନ୍ୟାସନାଲ୍‌ ପାର୍କ ଦେଇ ଅତିକ୍ରମ କରିଥିଲେ। ୧୧୬୬୭ ଫୁଟର ଏହି ଉଚ୍ଚାକୁ ଅତିକ୍ରମ କରିବା ଏକ ସାହସିକ ଯାତ୍ରା ଥିଲା ଓ ସେମାନଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧି ବୋଲି ସେମାନେ କହିଥିଲେ।

କୈରଭଙ୍କ ପିତା ସୁମିତ୍‌ ଖିମ୍‌ଜୀ ଏବଂ ରିଧିଙ୍କ ପିତା ଦୀପ୍ତେଶ ପଟ୍ଟନାୟକ, ଆଇପିଏସ୍‌ ମସୁରୀରେ ସେମାନଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ପରୀକ୍ଷା କରିଥିଲେ, ଯାହା ଫଳରେ ସେମାନେ ଉଚ୍ଚ ପର୍ବତାରୋହଣ କରିବାର ପ୍ରସ୍ତୁତି ଠିକ୍‌ ଭାବେ କରିପାରିବ ଏବଂ ଏହା ପରେ ସେମାନେ ଉଚ୍ଚ ପର୍ବତାରୋହଣ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇପାରିବ। ଏହି ୨ଜଣ ଛାତ୍ରଛାତ୍ରୀଙ୍କ ଏପରି ଏକ ସଫଳତା ଏବଂ ଉପଲବ୍ଧି ପାଇଁ ସ୍କୁଲର ଚେୟାରମ୍ୟାନ୍‌ ଡ. ବିଜୟ କୁମାର ସାହୁ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନେ ସ୍କୁଲ ପାଇଁ ଗୋରବ ଆଣିଛନ୍ତି ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର