‘ହେଡ୍‌ଟର୍ଣ୍ଣସ୍‌’ର ସେଲୁନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର :ପୂର୍ବ ଭାରତର ପ୍ରମୁଖ ସେଲୁନ୍‌ ଅନୁଷ୍ଠାନ ହେଡଟର୍ଣ୍ଣସ ପକ୍ଷରୁ ମଧୁସୂଦନ ନଗର କଳିଙ୍ଗ ଷ୍ଟାଡିୟମ ନିକଟରେ ଏକ ନୂତନ ସେଲୁନ୍‌ ଆଜି ଖୋଲିଛି। ଖେଳାଳିମାନଙ୍କ କେଶ ଷ୍ଟାଇଲକୁ ଆଧାରିତ କରି ଏହି ସେଲୁନ୍‌ରେ କେଶ ବିନ୍ୟାସ କରାଯିବ। ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ ସେଲୁନର ଉଦ୍‌ଘାଟନ କରିଥିଲେ। ଅଭିନେତ୍ର ଅର୍ଚ୍ଚିତା ସାହୁ ଉପସ୍ଥିତ ଥିଲେ। ଅନୁଷ୍ଠାନର ନିର୍ଦେଶକ ପଙ୍କଜ କିଲ୍ଲା କହିଛନ୍ତି, ଯୁବପିଢିଙ୍କ ପାଇଁ ଏହି ସେଲୁନ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାକୁ ଆସଲେ ଯୁବ ପିଢି ଏକ ନିଆର ଅନୁଭୂତି ନେଇ ଫେରିବେ।

ସମ୍ବନ୍ଧିତ ଖବର