‘ସଲ୍ୟୁସନ୍‌ ଟୁ ଚେଞ୍ଜ୍‌’ର ନୂଆ ଓ୍ଵବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର : ଏକ ଗତାନୁଗତିକ ଭାବଧାରାରୁ ନୂଆ କରି ଭାବିବା, ପରିବର୍ତନ ସୃଷ୍ଟି କରିବାକୁ ଚେଷ୍ଟା କରିବା ପାଇଁ ପ୍ରଥମ ପଦକ୍ଷେପ ହୋଇଥାଏ। ପରିବର୍ତନ ଆସିବ ଏଇ ଆଶାରେ ସମାଜରେ ବର୍ତମାନ ଏକ ହତୋତ୍ସାହ ବାତାବରଣ ସୃଷ୍ଟି ହେଲାଣି। ତେବେ ସେଇ ବାତାବରଣରେ ବଞ୍ଚିବା ଅପେକ୍ଷା ପରିବର୍ତନର ସ୍ୱର ଉଠାଇବାକୁ ପଡ଼ିବ। ଆଉ ଏହି ପରିବର୍ତନ ଛୋଟ ଛୁଆଙ୍କଠାରୁ ଆରମ୍ଭ ହେବା ଉଚିତ। ସେମାନଙ୍କ ସୃଜନଶୀଳତା ତଥା ଚିନ୍ତା କରିବାର ପ୍ରକ୍ରିୟାକୁ ବିକଶିତ କରିବା ଉଚିତ ବୋଲି କହିଛନ୍ତି ପୁଲିସ୍‌ ଆଇଜି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ। ଆଜି ହୋଟୋଲ୍‌ ଏକ୍ସିଲେନ୍ସିଠାରେ ସଲ୍ୟୁସନ୍‌ ଟୁ ଚେଞ୍ଚ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହି ମତ ଦେଇଛନ୍ତି। ଆଜିର ଯୁବପିଢ଼ି ତଥା ଛୋଟ ପିଲାମାନଙ୍କ ମଧ୍ୟରେ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଦେବା ତଥା ସେମାନଙ୍କୁ ସଚେତନ କରାଇବା ଉଦେଶ୍ୟରେ ଫାଉଣ୍ଡେସନ୍‌ ପକ୍ଷରୁ ଏକ ନୂତନ େଓ୍ଵବ୍‌ସାଇଟ୍‌ ‘www.solutions2change.com’ ଉନ୍ମୋଚିତ ହୋଇଛି। ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ବିପିନ ମହାନ୍ତି, ଡିଜିଟାଲ୍‌ ଇଣ୍ଡିଆର ସ୍ୱର୍ଣ୍ଣପ୍ରଭା ସିଂହ, ଆନିମେଟର୍‌ ଡାଇରେକ୍ଟର ସତ୍ୟରଞ୍ଜନ ପଟ୍ଟନାୟକ ଓ ସଲ୍ୟୁସନ୍‌ ଟୁ ଚେଞ୍ଜର ସିଇଓ ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର