‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ୯ରେ

ଭୁବନେଶ୍ୱର: ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର ଏବଂ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ହେବ। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଏହି ପ୍ରତିଯୋଗିତାର ବିଶେଷତ୍ୱ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଦକ୍ଷ ବିଚାରକମାନଙ୍କ ଦ୍ୱାରା ଖାତାର ମୂଲ୍ୟାୟନ କରି କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ଏହି ପ୍ରତିଯୋଗିତାରେ ବ୍ଲକ୍‌ ଓ ଜୋନ୍‌ସ୍ତରରେ ଯେଉଁମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିବେ, ସେମାନଙ୍କୁ ଆଉଥରେ ପରୀକ୍ଷା ଦେବାକୁ ପଡ଼ିବନି। ସେମାନଙ୍କ ଖାତାକୁ ଦକ୍ଷ ବିଚାରକମାନଙ୍କ ଦ୍ୱାରା ପୁନଃମୂଲ୍ୟାୟନ କରି ପ୍ରତି ବିଭାଗରେ ତିନି ଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ଘୋଷଣା କରାଯିବ। ଏହି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୪ରେ ଆୟୋଜନ ହେବାକୁ ଥିବା ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ। ରାଜ୍ୟସ୍ତରୀୟ ବିଜେତାମାନଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି। ପ୍ରତିଥର ଭଳି ଏଥର ବି ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି। ତେଣୁ ‘ସମ୍ବାଦ’ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ, ନିମ୍ନରେ ଦିଆଯାଇଥିବା ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ଆସନ୍ତା ୯ତାରିଖ (ରବିବାର) ସକାଳ ୯ଟାରେ ପହଞ୍ଚି ନାମ ପଞ୍ଜୀକରଣ କରିବା ସହ ପ୍ରତିଯୋଗିତାରେ ଭାଗ ନେଇପାରିବେ। ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଫି’ ଦେବାକୁ ପଡ଼ିବନି। ଆୟୋଜକଙ୍କ ପକ୍ଷରୁ ପ୍ରଶ୍ନ ଓ ଉତ୍ତର ପେପର୍‌ ଯୋଗାଇ ଦିଆଯିବ।

ଭୁବନେଶ୍ୱର ଜୋନ୍‌
ବ୍ଲକ୍‌ ପରୀକ୍ଷା କେନ୍ଦ୍ର ଯୋଗାଯୋଗ
ଭୁବନେଶ୍ୱର ବିଜେଇଏମ୍‌ ସ୍କୁଲ, ବିଜେବି ନଗର ୯୪୩୮୩୬୦୮୮୧
କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୩ ୯୮୬୧୩୩୦୬୭୮
ଡିଏଭି ସ୍କୁଲ, ଚନ୍ଦ୍ରଶେଖରପୁର ୯୪୩୭୦୩୦୮୫୬
କିସ୍‌ କ୍ୟାମ୍ପସ୍‌ ୯୪୩୯୧୭୭୬୩୦
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପଟିଆ ୯୩୩୮୦୦୫୦୫୯
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଖଣ୍ଡଗିରି ୯୮୫୩୭୭୨୮୦୦
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ତମାଣ୍ଡୋ ୯୪୩୮୬୨୧୮୯୩
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ୍‌-୮ ୯୧୨୪୨୩୨୩୨୮
ଆଇଆର୍‌ସି ଭିଲେଜ ହାଇସ୍କୁଲ ୯୭୭୬୬୨୪୫୭୭
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଜୟଦେବ ବିହାର ୮୭୬୩୪୭୩୫୦୧
ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଝାରପଡ଼ା ୯୪୩୮୪୪୭୦୮୨
ପ୍ରଭୁଜୀ ଇଂଲିଶ ମିଡ଼ିୟମ ସ୍କୁଲ, ଭିଏସ୍‌ଏସ୍‌ ନଗର ୯୪୩୭୨୧୩୮୫୪
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦି ର, ଭୀମଟାଙ୍ଗି ୯୪୩୯୨୦୦୩୨୧

ଖୋର୍ଦ୍ଧା ବୀଣାପାଣି ଶିଶୁ ବିଦ୍ୟାମନ୍ଦିର, ଖୋର୍ଦ୍ଧା ୯୪୩୭୨୭୭୩୩୨
ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଙ୍ଗି ୯୪୩୭୨୮୬୭୩୪
ଜଟଣୀ ସ୍ୱସ୍ତି ଜ୍ୟୋତି ମୌଳିକ ବିଜ୍ଞାନ ବିଦ୍ୟାଳୟ, ଜଟଣୀ ୯୪୩୭୧୭୦୮୪୪
ବୋଲଗଡ଼ ବାମନ ଉଚ୍ଚ ବିଦ୍ୟାଳୟ, ବୋଲଗଡ଼ ୯୪୩୭୪୦୫୮୦୮
ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ୯୬୬୮୩୭୧୫୨୭
ବାଲିପାଟଣା ଶ୍ରୀ ବୁଦ୍ଧନାଥ ହାଇସ୍କୁଲ, ବାଲିପାଟଣା ୯୯୩୮୬୨୭୬୨୩
ବାଲିଅନ୍ତା ମା ଜାଗୁଳାଇ ସରସ୍ୱତୀ ଶିଶୁ ମନ୍ଦିର, ଅଲାରପୁର ୯୪୩୭୬୭୧୦୬୬
ଚିଲିକା ନାଚୁଣୀ ଗୋଦାବରୀଶ ନୋଡାଲ ହାଇସ୍କୁଲ, ନାଚୁଣୀ ୯୯୩୭୧୮୬୨୬୪
ବାଣପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଣପୁର ୯୪୩୭୨୮୬୧୦୪
ବାଲୁଗାଁ ବାଲୁଗାଁ ହାଇସ୍କୁଲ, ବାଲୁଗାଁ ୯୪୩୮୩୬୮୪୦୫

ସମ୍ବନ୍ଧିତ ଖବର