ପରିବେଷିତ ହେଲା ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକଗୀତ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ବ ମଧ୍ୟରୁ ନୂଆଁଖାଇ ଏକ ବିଶେଷ ପର୍ବର ମାନ୍ୟତା ପାଇଛି। ବଲାଙ୍ଗୀର ଜିଲ୍ଲାରେ ଏହି ପର୍ବ ‘ତିହାର’ ନାମରେ ପରିଚିତ। ନୂଆଁଖାଇ ଏକ କୃଷି ଭିତ୍ତିକ ପର୍ବ। ଏହି ଅବସରରେ ପରିବାରର ସମସ୍ତ ସଦସ୍ୟ ନୃତ୍ୟ ଓ ଗୀତରେ ମଜି ଯା’ନ୍ତି। ରସରକେଲି ଗୀତ ଗାଇ ଢୋଲ, ନିସାନ ବାଦ୍ୟର ତାଳେ ତାଳେ ନାଚିଥାନ୍ତି। ମଣିଷ ଆଧୁନିକତାକୁ ସ୍ପର୍ଶ କଲେ ମଧ୍ୟ ପଶ୍ଚିମାଞ୍ଚଳର ଏହି ପ୍ରଥା ଆଜି ବି ତା’ର ପରିଚୟ ବଜାୟ ରଖିଛି। ଏପରି ଲୋକକଳାକୁ ଲୋକଲୋଚନକୁ ଆଣିବା ପାଇଁ ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ ଉଦ୍ୟମ ଜାରି ରଖିଛି। ଉଭୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଲୁପ୍ତପ୍ରାୟ ଲୋକକଳାର ୬୦ତମ ସନ୍ଧ୍ୟା ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ପରିବେଷିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବଜିତ ସାହୁ ‘ଦୁଃଖ ଜଞ୍ଜାଳେ ମୋର…’ପରି ଅନେକ ଲୋକ ଗୀତ ଢୋଲ, ନିସାନ ଓ ଝାଞ୍ଜର ତାଳେ ତାଳେ ପରିବେଷିତ ହୋଇଥିଲା। ଏଥିରେ ଭାରତୀୟ ବିଦ୍ୟାଭବନ ଅଧ୍ୟକ୍ଷ ଏସ.କେ ଟାମୋଟିଆ, ଅବସରପ୍ରାପ୍ତ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ଅନନ୍ତ ମହାପାତ୍ର, ମେଜର ଅନୁପ ଚାଟାର୍ଜୀ, କର୍ଣ୍ଣେଲ ପିକେ ସାହୁ ଓ ମନ୍ମଥ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର