‘ଓମ୍‌ ଧ୍ୱନି’ର ସଂଗୀତ ସଂଧ୍ୟା : ହିନ୍ଦୀ ଓଡ଼ିଆ ଗୀତର ମନଛୁଆଁ ଆସର

ଭୁବନେଶ୍ୱର : ବାଗୋଁ କେ ହର୍‌ ଫୁଲ କୋ ଅପନା…., ଲଗ୍‌ଜା ଗଲେ…, ହୃଦୟର ଏଇ ଶୂନ୍ୟତାକୁ…,ଏକ ପ୍ୟାରକା ନଗମା ହୈ…. ଆଦି ହିନ୍ଦୀ ଓଡ଼ିଆ ଗୀତର ମନଛୁଅାଁ ଆସର ଜମିଥିଲା ଆଜି ସ୍ଥାନୀୟ ଜୟଦେବ ଭବନରେ। ସଙ୍ଗୀତ ଅନୁଷ୍ଠାନ ‘ଓମ୍‌ ଧ୍ୱନି’ ପକ୍ଷରୁ ଆୟୋଜିତ ଏହି ସଙ୍ଗୀତ ସଂଧ୍ୟା ଆରମ୍ଭ ହୋଇଥିଲା ଦେଶାତ୍ମବୋଧ ସଙ୍ଗୀତରୁ। ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବିଜେବି କଲେଜ ସଙ୍ଗୀତ ବିଭାଗର ଅଧ୍ୟକ୍ଷ କ୍ଷୀତିପ୍ରକାଶ ମହାପାତ୍ର, ବେଣୁମାଧବ, ଶିଶୁ କଣ୍ଠଶିଳ୍ପୀ ନନ୍ଦିନୀ ଏବଂ ଅମ୍ରିତା ଓ ଅନୁଷ୍ଠାନର ସଂପାଦକ ପ୍ରସନ୍ନ ସାହୁ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁ ବିଜୟାନନ୍ଦ ନାୟକ, ଅନୁଷ୍ଠାନର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ, ଉପସଭାପତି ଶ୍ରୀଧର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପ୍ରକାଶ କୁମାର ଷଡ଼ଙ୍ଗୀ ଏହାକୁ ପରିଚାଳନା କରିଥିଲେ। ଗୁଲସନ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର