ଆଜିର କବିତା ଅନୁଭୂତି କାଙ୍ଗାଳ ହୋଇପଡ଼ିଛି, ସଂଗ୍ରାମ ମିଶ୍ରଙ୍କ ‘ଅନୁଭୂତି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ଆଗରୁ କବିତାର ଆଗ୍ରହ ଯେମିତି ଥିଲା ବତ୍ତର୍ମାନ ସେମିତି ଅଛି। ହେଲେ ବଜାର ଚାହୁଁଥିବା, ପାଠକ ଚାହୁଁଥିବା ଓ ସମାଜ ଆବଶ୍ୟକ କରୁଥିବା କବିତା ଲେଖାଯାଉ ନାହିଁ। କାରଣ ଆଜିର ଅଧିକାଂଶ ଲେଖା ଅନୁଭୂତି କାଙ୍ଗାଳ ହୋଇପଡ଼ିଛି। ଯେଉଁ ସୃଷ୍ଟିରେ ଅନୁଭୂତି ନାହିଁ ଓ ଅନୁଭବର ଛାପ ନାହିଁ ତାହା କେବେ ପାଠକ ଦ୍ବାରା ଆଦୃତି ଲାଭ କରିପାରିବ ନାହିଁ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଜି ହେ‌ାଟେଲ ନ୍ୟୁ ମାରିଅନଠାରେ ପ୍ରଶାସକ ତଥା କବି ସଂଗ୍ରାମ ମିଶ୍ରଙ୍କ ପୁସ୍ତକ ‘ଅନୁଭୂତି’ର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ, ଦୁନିଆ ବଦଳୁଛି। ଆମେ ଯଦି ସେହି ତାଳରେ ନ ବଦଳିବା ତା’ହାଲେ ଆମେ ପଛେଇ ଯିବା। ଅନେକ ସମୟରେ ଏହି ପଛେଇ ଯାଉଥିବା ‌େଲାକମାନେ ନିଜ ବିଷୟରେ ଚିନ୍ତା ନ କରି ଦୁନିଆକୁ ଗାଳି ଦେଇଥାଆନ୍ତି। ଆଜି ଆମ ସାହିତ୍ୟ ମଧ୍ୟ ସଙ୍କଟ ମଧ୍ୟ ଦେଇ ଗତି କରୁଛି। ସାହିତ୍ୟର ପାଠକଙ୍କ ସଂଖ୍ୟା କମି କମି ଯାଉଛି। ଦଶ ବର୍ଷ ତଳେ ଯେତିକି କବିତା ବହି ପ୍ରକା‌ଶିତ ହେଉଥିଲା ସେହିଭଳି ଭାବେ ଆଉ ପୁସ୍ତକ ପ୍ରକାଶ ପାଉ ନାହିଁ। ପାଠକ କମୁଛନ୍ତି ଓ ପୁସ୍ତକ ପଢ଼ିବା ପାଇଁ ଆଗ୍ରହ ମଧ୍ୟ କମୁଛି। କିନ୍ତୁ ଏହି ସବୁ ଅଭିଯୋଗକୁ ‌େସ ଗ୍ରହଣ କରନ୍ତି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କହିଥିଲେ, ନିଜ ଜୀବନର ବାସ୍ତବତାକୁ ଯଦି କବିତାର ରୂପ ଦିଆଯାଏ ଏହା ପରବର୍ତ୍ତୀ ସମୟରେ ଦସ୍ତାବିଜ ହୋଇ ରହିବ। ଏଥିରେ କବି ଶ୍ରୀ ମିଶ୍ର କହିଥିଲେ, ମଣିଷ ପଣିଆକୁ କେବେ ଭୁଲିବା କଥା ନୁହେଁ। ଯିଏ ଝୁଣ୍ଟିନି ସେ ଚାଲି ଶିଖିନି। ମୁଁ ମୋ ଜୀବନରେ ଯାହା ଦେଖିଛି ଆଉ ଯାହା ଅନୁଭବ କରିଛି, ତାହାକୁ କବିତା ମାଧ୍ୟମରେ ପ୍ରତିଫଳିତ କରିଛି।

ଏହି ପୁସ୍ତକର ପ୍ରକାଶକ କ୍ଷୀରୋଦ ପତି ପୁସ୍ତକ ବିଷୟରେ ସମୀକ୍ଷା କରିଥିଲେ। ବରିଷ୍ଠ କବି ପ୍ରବୀର ମହାନ୍ତି କାର୍ଯ୍ୟକ୍ରମରେ ପୌ‌େରାହିତ୍ୟ କରିଥିଲେ। ପରମାନନ୍ଦ ଦାସ ଏହି ବହିର କିଛି କବିତା ପାଠ କରିଥିଲେ। ସଭା ଶେଷରେ ଆଶାମକୁଲୁ ବାରିକ ଓ ସାଥୀମାନେ ଏହି ପୁସ୍ତକ‌େର ଥିବା କିଛି କବିତା ଓ ଅନେକ ପୁରୁଣା ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର