ପୂଜାରେ ସଫେଇ କର୍ମଚାରୀଙ୍କୁ ସମ୍ମାନ

ଭୁବନେଶ୍ବର : ପୂଜାକୁ କିଏ କେତେ ରକମରେ ପାଳନ କରୁଛି। କିଏ ତୋରଣରେ ଚକମା ଦେଖାଉଛି ତ କିଏ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କୁ ବିଭୋର କରିବାରେ ଅର୍ଥ ବ୍ୟୟ କରୁଛି। ତେବେ ଭୋର୍‌ ୩ଟାରୁ ଉଠି ରାଜଧାନୀକୁ ସ୍ବଚ୍ଛ ସହର ଭାବେ ଭେଟି ଦେଉଥିବା ସଫେଇ କର୍ମଚାରୀମାନଙ୍କୁ ସଫେଇ ସାରଥୀ ସଜାଇ ସେମାନଙ୍କୁ ଗଜଲକ୍ଷ୍ମୀ ପୂଜାରେ ସମ୍ବର୍ଧିତ କରିବା ସହ ଶାଢ଼ି ଦେଇ ସମ୍ମାନିତ କରିବାର ପରମ୍ପରା ସୃଷ୍ଟି କରିଛି ରୁଦ୍ର ସାମନ୍ତରାୟଙ୍କ ଦ୍ବାରା ଗଠିତ ‘ଜୟ ଓଡ଼ିଶା’। ଲକ୍ଷ୍ମୀ ସ୍ବଚ୍ଛତାକୁ ଭଲ ପାଉଥିବାରୁ ତାର ପ୍ରତୀକ ଭାବେ ସେଇ ସଫେଇ ସାରଥୀଙ୍କୁ ସମ୍ବର୍ଧିତ କରିବାର ଧାରା ଆରମ୍ଭ କରି ପ୍ରଶଂସିତ ହୋଇଛି ଜୟ ଓଡ଼ିଶା। ପୂଜା ପେଣ୍ଡାଲ୍‌ରେ ୪୦ ଜଣ ଲେଖାଏ ସଫେଇ କର୍ମଚାରୀଙ୍କୁ ସମ୍ବର୍ଧିତ କରାଯାଉଛି। ଏହିଭଳି ୨ ହଜାରରୁ ଅଧିକ ସଫେଇ କର୍ମଚାରୀଙ୍କୁ ଉପହାର ଦେଇ ସମ୍ବର୍ଧିତ କରାଯିବ ବୋଲି ଜୟ ଓଡ଼ିଶାର ପ୍ରତିଷ୍ଠାତା ରୁଦ୍ର ସାମନ୍ତରାୟ କହିଛନ୍ତି। ଏଥିସହ ବିଭିନ୍ନ ପୂଜା ମଣ୍ଡପରେ ୧୫ରୁ ଅଧିକ ଅଞ୍ଚଳରେ ସଚେତନତା ବାର୍ତା ବାଣ୍ଟିଛି ଏହି ଅନୁଷ୍ଠାନ। ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କୁ ନେଇ ଟ୍ରାଫିକ୍‌ ସଂକ୍ରାନ୍ତ ସଚେତନତା ସହ ସହଦିନଗର, ନୂଆପଲ୍ଲୀ, ଅଶୋକ ନଗର, ଆଇଆର୍‌ସି ଭିଲେଜ୍‌ରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିସହ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବର୍ଜନ ସହ ପରିବେଶ ସୁରକ୍ଷା ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।

ସମ୍ବନ୍ଧିତ ଖବର