୪ ସଂକ୍ରମିତ ଜୋନ୍‌ ସମେତ ୧୦ହାଟରେ ବିଶୋଧକ ସ୍ପ୍ରେ’

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଅଗ୍ନିଶମ ବିଭାଗ ସହାୟତାରେ ଆଜି ରାଜଧାନୀର ୪ଟି ସଂକ୍ରମିତ ଜୋନ୍ ସମେତ ୧୦ଟି ହାଟରେ ବିଶୋଧନ ସ୍ପ୍ରେ କରାଯାଇଛି। ଆଜି ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ସ୍ପ୍ରେ କରାଯାଇଥିଲା। ପୂର୍ବାହ୍ନରେ ବମିଖାଲ ଓ ସୂର୍ଯ୍ୟନଗର ଅଞ୍ଚଳରେ ସ୍ପ୍ରେ ହୋଇଥିବାବେଳେ ଅପରାହ୍‌ଣରେ ରାଜଧାନୀର ୧୦ଟି ଯାକ ପ୍ରମୁଖ ହାଟ ଯଥା ୟୁନିଟ-୧ ଦୈନିକ ହାଟ, ୟୁନିଟ-୪ ଦୈନିକ ହାଟ ଓ ମାଛ ହାଟ, ସହିଦନଗର ଦୈନିକ ହାଟ, ରୁଚିକା ଦୈନିକ ହାଟ, ଇନ୍ଦ୍ରଧନୁ ଦୈନିକ ହାଟ, ଡମଣା ହାଟ, ୟୁନିଟ-୩ ଦୈନିକ ହାଟ, ଗଣ୍ଡମୁଣ୍ଡା ଦୈନିକ ହାଟ, ବିଜେବି ନଗର ଦୈନିକ ହାଟ, ମା’ କୋଚିଲେଇ ଦୈନିକ ହାଟ ଏବଂ ଯଦୁପୁର ଓ ସୁନ୍ଦରପଦା ଅଞ୍ଚଳ‌ରେ ବିଶୋଧକ ସ୍ପ୍ରେ କରାଯାଇଥିଲା। ଏହାସହ ଏହି ସବୁ ଅଞ୍ଚଳରେ ନିୟମିତ ସଫେଇ କରାଯିବା ସହ ବୁସ୍‌ କଟିଂ ଓ ଫଗିଂ କରାଯାଇଛି।

ସମ୍ବନ୍ଧିତ ଖବର