ଧର୍ମସଭାରେ ଯୋଗ ଦେବା‌ ଲାଗି ବାରଙ୍ଗରେ ପହଞ୍ଚିଲେ ଶଙ୍କରାଚାର୍ଯ୍ୟ

ବାରଙ୍ଗ: ଧର୍ମସଭାରେ ଯୋଗ ଦେବା‌ ଲାଗି ବାରଙ୍ଗରେ ଆଜି ସନ୍ଧ୍ୟାରେ ଆସି ପହଞ୍ଚିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ବାରଙ୍ଗ ବ୍ଲକଗଡା ଠାରୁ ତାଙ୍କୁ କଟକ ଜିଲ୍ଲା ଆଞ୍ଚଳିକ ଚାରଣ ଗୋଷ୍ଠୀର କର୍ମକର୍ତା ଓ ଶ୍ରଦ୍ଧାଳୁମାନେ ନିକଟସ୍ଥ ପଞ୍ଚାନନ-କମଳା ନିବାସକୁ ପାଛୋଟି ନେଇଥିଲେ। ସେଠାରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ଫଳକ ଉନ୍ମୋଚନ ପରେ ଦର୍ଶନ ଦେବା ସହ ଶ୍ରଦ୍ଧାଳୁମାନଙ୍କୁ ଫଳ ବିତରଣ କରିଥିଲେ। ଆଜି ରାତ୍ରିଯାପନ କରିବା ପରେ ଶୁକ୍ରବାର ସକାଳେ ଝୁନ୍‌ଝୁନ୍‌ୱାଲା ବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ।

ସମ୍ବନ୍ଧିତ ଖବର