ଭାଙ୍ଗିଲା ସନ୍ତୋଷୀ ମା’ ମନ୍ଦିର ଜବରଦଖଲ 

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ଏବଂ ରାସ୍ତା ସମ୍ପ୍ରସାରଣରେ ବାଧକ ସାଜୁଥିବାରୁ ସନ୍ତୋଷୀ ମା’ ମନ୍ଦିରର ସମ୍ମୁଖ ପାର୍ଶ୍ୱକୁ ଆଜି ଭଙ୍ଗାଯାଇଛି। ମନ୍ଦିରର ଯେଉଁ ଅଂଶ ସରକାରୀ ଜମିକୁ ମାଡ଼ି ନିର୍ମାଣ ହୋଇଥିଲା ତାହାକୁ ଉଚ୍ଛେଦ କରିବାକୁ ଅଗଷ୍ଟ ୧୩ ତାରିଖରେ ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା। ଏହାପରେ ବିଡିଏ ଓ ବିଏମ୍‌ସିର ଉଚ୍ଛେଦକାରୀ ଟିମ୍‌ ଆଜି ଏହାକୁ ଉଚ୍ଛେଦ କରାଯାଇଛି। ଏହାସହ ୮ଟି ଦୋକାନ ଭଙ୍ଗାଯାଇଛି। ସେହିପରି କଳିଙ୍ଗ ହସ୍ପିଟାଲ ଛକ ନିକଟରେ ପ୍ରୟାସ କିଓସ୍କରେ ବେଆଇନ ଭାବେ ସମ୍ପ୍ରସାରଣ ହୋଇଥିବା ନିର୍ମାଣକୁ ଆଜି ଉଚ୍ଛେଦ କରାଯାଇଛି। ଆଜି ୧୫ଟି ଜବରଦଖଲ ଉଚ୍ଛେଦ କରାଯାଇଛି।

ସମ୍ବନ୍ଧିତ ଖବର