ଏଫ୍‌ଏଆର୍‌ ମୂଲ୍ୟ ଆଦାୟ ସବୁଠୁ ଅଧିକ ବାଧୁଛି

ନଗର ଉନ୍ନୟନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଥରର ସର୍ବକ୍ଷମା ଯୋଜନାରେ ମହାନଗର ନିଗମ, ମ୍ୟୁନିସିପାଲିଟି, ଏନ୍‌ଏସି ଓ ଗ୍ରାମାଞ୍ଚଳ ଭଳି ଚାରିଟି ଭାଗରେ ବିଭକ୍ତ କରାଯାଇଛି। ଏହାସହ କମ୍ପାଉଣ୍ଡିଂ ଫି’, ଏଫ୍‌ଏଆର୍‌ ମୂଲ୍ୟ (ବେଞ୍ଚମାର୍କ ମୂଲ୍ୟ ଉପରେ) ଏବଂ ପାର୍କିଂ ଫି’କୁ ହିସାବ କରି ଜରିମାନା ଧାର୍ଯ୍ୟ ହେଉଛି। ଯାହା ୧୧ବର୍ଷ ତଳେ ଆସିଥିବା ଯୋଜନାରେ ଧାର୍ଯ୍ୟ ହୋଇଥିବା ଫି’ଠାରୁ ବହୁଗୁଣା ଅଧିକ।

ଏଥର ଯେଉଁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ଯେତେ କମ୍ପାଉଣ୍ତି˚ ଫି’ (ପ୍ଲାନ୍‌ ଅନୁମୋଦନ ପାଇଁ ବର୍ଗମିଟର ପିଛା ଦେଉଥିବା ଫି’) ଅଛି ତାହାର ୧.୧ଗୁଣାରୁ ୧.୪ଗୁଣା ପର୍ଯ୍ୟନ୍ତ ଜରିମାନା ଦେଇ ରେଗୁଲାରାଇଜ୍‌ କରିପାରିବେ। ରାଜ୍ୟର ୫ଟି ଯାକ ମହାନଗର ନିଗମ ଅଞ୍ଚଳରେ ଯେତିକି କମ୍ପାଉଣ୍ତି˚ ଫି’ ଅଛି ତା’ର ୧.୪ଗୁଣ ଫି’ ଦେବେ। ସେହିପରି ମ୍ୟୁନିସିପାଲଟି ଅଞ୍ଚଳ ପାଇଁ ୧.୩ ଗୁଣା, ଏନ୍‌ଏସି ଅଞ୍ଚଳ ପାଇଁ ୧.୨ଗୁଣା, ଗ୍ରାମାଞ୍ଚଳ ପାଇଁ ୧.୧ଗୁଣା ଫି’ ଦେଇ ନିଜର ଘରକୁ ରେଗୁଲାରାଇଜ୍‌ କରିପାରିବେ।

ସେହିପରି ଯେଉଁମାନେ ସେମି କମର୍ସିଆଲ, କମର୍ସିଆଲ୍ ବିଲଡିଂ ପ୍ଲାନ୍‌ ନେଇଥିବେ, ଆପାର୍ଟମେଣ୍ଟ ନିର୍ମାଣ କରିଥିବେ ସେଥିପାଇଁ ମହାନଗର ନିଗମ ଅଞ୍ଚଳରେ ଯଦି ନିୟମ ଅନୁଯାୟୀ ପାର୍କି˚ ପାଇଁ ଜାଗା ଛଡ଼ା ଯାଇନଥିବ, ତେବେ ଆବାସିକ ଘର(ଆପାର୍ଟମେଣ୍ଟ) ପାଇଁ ବର୍ଗମିଟର ପିଛା ୧୦ହଜାର ଟଙ୍କା, ଅଣ ଆବାସିକ ପାଇଁ ୧୭,୫୦୦ଟଙ୍କ ଧାର୍ଯ୍ୟ ହୋଇଛି। ମ୍ୟୁନିସିପାଲିଟିରେ ଏହା ବର୍ଗମିଟର ପିଛା ଯଥାକ୍ରମେ ୮ହଜାର ଓ ୧୫ହଜାର, ଏନ୍‌ଏସିରେ ୬ହଜାର ଓ ୧୩ହଜାର ଏବ˚ ଗ୍ରାମାଞ୍ଚଳରେ ୫ହଜାର ଓ ୧୦ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

ଏତିକି ଦେବାରେ ବେଆଇନ ନିର୍ମାଣକାରୀଙ୍କୁ ଅସୁବିଧା ହେଉନି। ସବୁଠୁ ବାଧୁଛି ଏଫ୍ଏଆର୍ ମୂଲ୍ୟ ଆଦାୟ। ଏଥିରେ ଯେତିକି ଜମିରେ ଯେତିକି ଘର କରିବାକୁ ଅନୁମତି ମିଳିବା କଥା ବା ଏଫ୍‌ଏଆର୍ (ଫ୍ଲୋର୍ ଏରିଆ ରେସିଓ)ଠାରୁ ଅଧିକ ଅଞ୍ଚଳରେ ଘର ନିର୍ମାଣ ‌କରିଥିଲେ ସେତିକି ଅଞ୍ଚଳ ପାଇଁ ସ୍ଥାନୀୟ ଅଞ୍ଚଳର ବେଞ୍ଚ୍‌ମାର୍କ ମୂଲ୍ୟର ଅଧା ମୂଲ୍ୟ ଦେବାକୁ ପଡ଼ିବ। ଯେଉଁଥିପାଇଁ ଲୋକମାନେ ଏହି ଯୋଜନାରେ ସାମିଲ୍ ହେଉନାହାନ୍ତି। ଉଦାହରଣ ସ୍ବରୂପ ଯଦି ଜଣେ ରାଜଧାନୀରେ ଆଇଆର୍‌ସି ଭିଲେଜ ଅଞ୍ଚଳରେ ୨୦ଫୁଟ ରାସ୍ତା ଥିବା ୧୨୦୦ ବର୍ଗଫୁଟର ଜମି ଉପରେ ଦୁଇ ହଜାର ବର୍ଗଫୁଟର ଘର ନିର୍ମାଣ କରିଛନ୍ତି, ତେବେ ତାଙ୍କୁ ଏକ ଲକ୍ଷରୁ ଅଧିକ ଟଙ୍କା ଜରିମାନା ଦେଇ ରେଗୁଲାରାଇଜ୍ କରିବାକୁ ପଡ଼ୁଛି। ପଟିଆ, ସହିଦନଗର, ପାଣ୍ଡରା ମୌଜା, ଜୟଦେବ ବିହାର, ଅଶୋକ ନଗର, ଖାରବେଳ ନଗର ଆଦି ଅଞ୍ଚଳରେ ତ ଦୁଇ ମହଲା ବିଶିଷ୍ଟ ଘର ପାଇଁ ଏହା ୨ଲକ୍ଷ ପାଖାପାଖି ଛୁଉଁଛି। ତେଣୁ ଏପରିସ୍ଥଳେ ଲୋକ ଏତେ ଟଙ୍କା ଦେଇ ରେଗୁଲାରାଇଜ୍ କରିବାକୁ ଚାହୁଁନାହାନ୍ତି।

ପ୍ଲାନି˚ ଆଣ୍ତ ବିଲଡି˚ ଷ୍ଟାଣ୍ତାର୍ଡସ ରେଗୁଲେସନ୍ସ ଆକ୍ଟ-୨୦୧୮ ଅନୁଯାୟୀ ଯଦି କେହି ଏଫ୍‌ଏଆର୍‌ଠାରୁ ଅଧିକ ଅଞ୍ଚଳରେ ଘର କରିବାକୁ ଚାହୁଁଥିବେ, ସେଥିପାଇଁ ଟିଡିଆର୍‌ ସାର୍ଟିଫିକେଟ୍ କିଣିବେ। ହେଲେ କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଟିଡିଆର୍ ସାର୍ଟିଫିକେଟ୍ ନଥିବାରୁ ଏବେ ରାଜ୍ୟ ସରକାର ମନଇଚ୍ଛା ସ୍ଥାନୀୟ ଅଞ୍ଚଳର ବେଞ୍ଚମାର୍କ ମୂଲ୍ୟର ଅଧା ମୂଲ୍ୟ ନେଉଛନ୍ତି। ଯାହା ଏବେ ବେଆଇନ ନିର୍ମାଣକାରୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଲୋକ କ’ଣ ଚାହୁଛନ୍ତି

ଲୋକ ଚାହୁଛନ୍ତି ଯେ କର୍ତ୍ତୃପକ୍ଷ ଯେତିକି କମ୍ପାଉଣ୍ଡିଂ ଫି’ ଧାର୍ଯ୍ୟ କରିଛନ୍ତି ସେତିକି ଦେବୁ। କିନ୍ତୁ ବିଭିନ୍ନ ଅଞ୍ଚଳର ବେଞ୍ଚ୍ ମାର୍କ ମୂଲ୍ୟ ଅନୁଯାୟୀ ଯେଉଁ ଏଫ୍ଏଆର୍‌ ମୂଲ୍ୟ ଆଦାୟ ହେଉଛି ତାହା ନହେଉ। ସରକାରୀ ନିୟମ ଅନୁସାରେ ବର୍ଗଫୁଟ ପିଛା ପ୍ରାୟ ୨ହଜାର ଟଙ୍କା ଦେବାକୁ ପଡ଼ୁଛି। ଏହାକୁ ବାଦ୍‌ ଦିଆଯାଉ। ବଜାରରେ ଟିଡିଆର୍ ନଥାଇ ଟିଡିଆର୍‌ ପାଇଁ କାହିଁକି ଆମେ ଟଙ୍କା ଗଣିବୁ। ବଂଶଗତ ହିସାବରେ ଜମି ପାଇଥିବାରୁ ଆମେ ଏଠାରେ ଘର କରିଛୁ। ଏବେ କାହିଁକି ଏହାର ମୂଲ୍ୟ ଦେବୁ ବୋଲି ଲୋକ ପ୍ରଶ୍ନ ଉଠାଇଛନ୍ତି। ଏହାବାଦ୍ ବିଡିଏ ଅଞ୍ଚଳରେ ୧୦% ସେଟ୍‌ ବ୍ୟାକ୍ ଉଲ୍ଲଂଘନକୁ ମାଫ୍ କରାଯାଉଥିବା ବେଳେ ବାକି ଅଞ୍ଚଳରେ ୨୫% ସେଟ୍‌ ବ୍ୟାକ୍ ଉଲ୍ଲଂଘନକାରୀଙ୍କୁ ମାଫ୍ କରିବାକୁ ନିୟମ ହୋଇଛି। ଏହାକୁ ସବୁ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ୨୫% ରଖାଯାଉ। ଏହାସହ ଏହି ଯୋଜନାରେ ଆବେଦନ କରିବା ପାଇଁ ବିଭିନ୍ନ ସଂସ୍ଥାରୁ ଏନ୍‌ଓସି ଆଣିବାକୁ କୁହାଯାଉଥିବା ବେଳେ ଏଥିପାଇଁ ସିଙ୍ଗିଲ୍‌ ୱିଣ୍ଡୋ ବ୍ୟବସ୍ଥା ହେଉ ବୋଲି ମଧ୍ୟ ଦାବି ହୋଇଛି। ସେହିପରି ବିଭିନ୍ନ ଆପାର୍ଟମେଣ୍ଟ, ହସ୍ପିଟାଲ, ହୋଟେଲଗୁଡ଼ିକ ପାଇଁ ଥିବା ପାର୍କିଂ ନିୟମକୁ କିଛି କୋହଳ କରିବାକୁ ମଧ୍ୟ ଦାବି ହୋଇଛି। ଘରର ଉଚ୍ଚତା ସର୍ବାଧିକ ୧୫ମିଟର ଥିବା ବେଳେ ଏହାକୁ ୧୮ମିଟରକୁ ବଢ଼ାଇବାକୁ ବିଭିନ୍ନ ବିଲଡର୍ ସଂସ୍ଥା ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର