ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ଦିବସ

ଭୁବନେଶ୍ବର : ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ଦିବସ ଦେଶରେ ‘ଆରାଧନା ମହୋତ୍ସବ’ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବ‌ନେଶ୍ବର ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ୟୁନିଟ-୩ସ୍ଥିତ ସାଇଜନନୀଠାରେ ଆରାଧନା ମହୋତ୍ସବ ପାଳିତ ହୋଇଥିଲା। ସକାଳେ ସଂକୀର୍ତନ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରୁଦ୍ରଦେବ ପାରାୟଣ ପାଠ କରାଯାଇଥିଲା। ପରେ କ୍ୟାପିଟାଲ ହସ୍ପିଟାଲ, ମ୍ୟୁନିସିପାଲଟି ହସ୍ପିଟାଲ ଓ ହାଇଟେକ୍ ମେଡିକାଲରେ ରୋଗୀମାନଙ୍କୁ ଫଳ ଓ ବିସ୍କୁଟ୍ ବଣ୍ଟନ କରାଯାଇଥିଲା। ସଂଧ୍ୟାରେ ସଂଗଠନର ପୂର୍ବତନ ରାଜ୍ୟ ସଭାପତି ହରିକୃଷ୍ଣ ଦାଶଙ୍କ ଦ୍ବାରା ମହାସମାଧି ଫଟୋ ସମ୍ମୁଖରେ ସାମୂହିକ ଦୀପଦାନ ପରେ ବାଳବିକାଶ ଛାତ୍ରଛାତ୍ରୀଙ୍କ ଦ୍ବାରା ସାମୂହିକ ଦୀପଦାନ ହୋଇଥିଲା। ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର ମହୋତ୍ସବର ଆଭିମୁଖ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ବର ଜିଲ୍ଲା ସଭାପତି ପ୍ରତାପ ପଣ୍ଡା, ରାଜ୍ୟ ସେବା ସଂଯୋଜକ ରମାକାନ୍ତ ଦାଶଙ୍କ ସହିତ ଅନ୍ୟ କର୍ମକର୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର