ସତ୍ୟକାଳୀ ବସ୍ତିର ୩୭ଜଣଙ୍କୁ ଘର ଆବଣ୍ଟନ

ଭୁବନେଶ୍ୱର: ରାଜୀବ ଆବାସ ଯୋଜନାରେ ସତ୍ୟନଗରସ୍ଥିତ ସତ୍ୟକାଳୀ ବସ୍ତିର ୩୭ଜଣ ବାସିନ୍ଦାଙ୍କୁ ଆଜି ଘର ଆବଣ୍ଟନ କରାଯାଇଛି। ଏହି ବାସିନ୍ଦାମାନଙ୍କୁ ଗାଡ଼କଣରେ ଘର ଆବଣ୍ଟନ ହୋଇଛି। ଏବେ ଘର ନିର୍ମାଣ ଶେଷ ହୋଇଥିବାବେଳେ ସ୍ବେରେଜ୍ କାମ କିଛି ବାକି ଅଛି। ଏହା ଆସନ୍ତା ଦୁଇ ମାସରେ ଶେଷ ହେବା ପରେ ବସ୍ତିବାସିନ୍ଦା ଏଠାକୁ ସ୍ଥାନାନ୍ତର ହେବେ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆଜି ବିଏମ୍‌ସି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମେୟର ଅନନ୍ତ ନାରାୟଣ ଜେନା ବସିବାସିନ୍ଦାଙ୍କୁ ଆବଣ୍ଟନ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ। ଏଥିରେ ଡେପୁଟି ମେୟର କେ.ଶାନ୍ତି, ସ୍ଥାନୀୟ କର୍ପୋରେଟର୍‌ ଭାନୁପ୍ରିୟା ଦାସ, ବିଏମ୍‌ସି ଡେପୁଟି ମେୟର ଶ୍ରୀମନ୍ତ ମିଶ୍ର, ଦୀପ୍ତିରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର