ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ଫିଜିଓଥେରାପି କର୍ମଶାଳା

ଭୁବନେଶ୍ବର: ସତ୍ୟନଗର ଲେଡିଜ୍‌‌ ଫୋରମ୍‌ ପକ୍ଷରୁ ସ୍ଥାନୀୟ ତେଲ୍‌ଗୁ ବସ୍ତିରେ ଫିଜିଓଥେରାପି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର ଫିଜିଓଥେରାପି ଓ ରିହାବିଲିଟେସନ୍‌ ସେଣ୍ଟରର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କର୍ମଶାଳାରେ ଶତାଧିକ ରୋଗୀ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଫିଜିଓଥେରାପି ମାଧ୍ୟମରେ ଚିକିତ୍ସତ ହୋଇଥିଲେ। ସଂଗଠନର ସମ୍ପାଦିକା ଅନୁରାଧା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ମେୟର ଅନନ୍ତ ନାରାୟଣ ଜେନା ଓ ସ୍ଥାନୀୟ କର୍ପୋରେଟର୍‌ ଶାଶ୍ୱତୀ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କର ଫିଜିଓଥେରାପି ସେଣ୍ଟରର ମୁଖ୍ୟ ସସ୍ମିତା ନନ୍ଦ, ଶୋଭେଦିତା ରାୟ,ଦୀପ୍ତିପ୍ରଭା ଦାସ, ଗାୟତ୍ରୀ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର