ସତ୍ୟନଗର ଲେଡିଜ୍‌ ଫୋରମ ପକ୍ଷରୁ ‘ଶିଶୁ ପ୍ରତିଭା-୨୦୧୭’

ଭୁବନେଶ୍ୱର: ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ‘ଶିଶୁ ପ୍ରତିଭା-୨୦୧୭’ ପ୍ରତିଯୋଗିତା ୟୁନିଟ୍‌-୩ସ୍ଥିତ ସ୍କାଉଟ୍‌ ଓ ଗାଇଡ୍‌ ପରସରରେ ଅନୁଷ୍ଠିତ ହୋଇଯାଇଛି। ଚିତ୍ରାଙ୍କନ, ଇଂରାଜୀ କ୍ଷୁଦ୍ରଗଳ୍ପ, ରାଇମ୍ସ ଓ ଆଧୁନିକ ନୃତ୍ୟକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ରୁ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆସନ୍ତା ନଭେମ୍ବର ୨୫ ତାରିଖରେ ଜୟଦେବ ଭବନଠାରେ ହେବାକୁ ଥିବା ଫୋରମ୍‌ର ବାର୍ଷିକ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାର ସମ୍ପାଦିକା ଅନୁରାଧା ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର