ଷ୍ଟିଓ୍ଵାର୍ଟ ସ୍କୁଲ ପକ୍ଷରୁ ବିଜ୍ଞାନ ମେଳା

ଭୁବନେଶ୍ୱର : ୟୁନିଟ-୮ ସ୍ଥିତ ଷ୍ଟିଓ୍ଵାର୍ଟ ସ୍କୁଲ ପକ୍ଷରୁ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀମାନେ ୫୮୦ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କୌଶଳ, ଗ୍ଲୋବାଲ ଓ୍ଵାର୍ମିଂ, ଇକୋ ସିଷ୍ଟମ ଆଦି ସମ୍ପର୍କିତ ପ୍ରକଳ୍ପ ଦେଖିବାକୁ ମିଳିଥିଲା। ଏଥିରେ ୭୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗର କମାଣ୍ଡିଂ ଅଫିସର ଜାକୋବ ଫ୍ରିମାନ, କର୍ପୋରେଟର୍‌ ନବକିଶୋର ବେହେରା, କର୍ପୋରେଟର୍‌ ନିହାର ରଂଜନ ସାହୁ, ସିଏନ୍‌ଆଇର ଏସ୍‌.କେ ନନ୍ଦ, ସୋଲୋମନ ମହାନ୍ତି, ପିକେ ସାହୁ, ଅମିୟ ବୈସ୍ଥାନ, ଶ୍ରୀଜିତ ମିଶ୍ର, ରୋଜାଲିନ ଗ୍ରେସ ଓ ସୁବ୍ରତ ସରକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ନିର୍ଦେଶକ ବିଡି ଦାସ, ଅଧ୍ୟକ୍ଷା ରଶ୍ମିରେଖା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ସଂଯୋଜିକା ଅନୁରାଧା କାନୁନଗୋ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର