ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା

ଖଣ୍ଡଗିରି: ତମାଣ୍ଡୋ ଓ ସିଜୁଆ-ପାତ୍ରପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଆନୁକୂଲ୍ୟରେ ଗୁରୁବାର ସିଜୁଆ-ପାତ୍ରପଡ଼ା ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ୨୦୦ ପ୍ରକଳ୍ପ ସ୍ଥାନ ପାଇଥିଲା। ବିଦ୍ୟାଳୟର ସଭାପତି ଶଙ୍କର ଚରଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମେଳାରେ ପାତ୍ରପଡ଼ା-ଭଗବାନପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟାଲକ୍ଷ୍ମୀ ମହାନ୍ତି ଓ ରଣସିଂହପୁରର ସରପଞ୍ଚ ଚିତ୍ତରଂଜନ ରାଉତରାୟ ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ରୀତା ମହାପାତ୍ର ଓ ପରିଚାଳନା କମିଟି ସଦସ୍ୟ ଚନ୍ଦ୍ରଶେଖର ଗୁମାନସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି ତମାଣ୍ଡୋ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଥିବା ବିଜ୍ଞାନମେଳାରେ ୬୨ଟି ପ୍ରକଳ୍ପ ସ୍ଥାନ ପାଇଥିଲା ଓ କୃତୀ କୁନି ବୈଜ୍ଞାନିକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର