କେଏମ୍‌ବିବିରେ ‘ପଦାର୍ଥ ବିଜ୍ଞାନ’ କର୍ମଶାଳା

ଭୁବନେଶ୍ବର: ନରଣପୁରସ୍ଥିତ କେଏମ୍‌ବିବି ମହାବିଦ୍ୟାଳୟରେ ‘ପଦାର୍ଥ ବିଜ୍ଞାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ୱାସିଂଟନ୍‌ ଆମେରିକାର ଜିଓ ଫିଜିକ୍ସ ‌ଲାବୋରେଟାରିର ବୈଜ୍ଞାନିକ ଡ. ଧୀରେନ୍‌ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ମଲ୍‌ଟି ଫେରୋଇକ୍‌ ପଦାର୍ଥର ଅଗ୍ରଗତି ଓ ବ୍ୟବହାର’ ସମ୍ପର୍କରେ କହିଥିଲେ। ମହାବିଦ୍ୟାଳୟର ଡିନ୍‌ ଏକାଡେମିକ୍ସ ଡ.ବିଜୁନି ଚରଣ ସୂତାର ସ୍ବାଗତ ଭାଷଣ ସହ ଅତିଥି ପରିଚୟ ଦେଇଥିଲେ। କାର୍ଯ୍ୟକ୍ରମରେ କ୍ୟାମ୍ପସ-୨ର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହ +୩ ଓ ବିଟେକ୍‌ ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅଧ୍ୟାପିକା ମିନତିପ୍ରଭା ସାହୁ ଓ ରୋମାଲି ସୋନମ୍‌ ସମର୍ପିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବରିଷ୍ଠ ଅଧ୍ୟାପକ ଅମିତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର