ସ୍କର୍ପିଓ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଖଣ୍ଡଗିରି: ରବିବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲ୍ଲା ନରସିଂହପୁର ଥାନା କମଳାଡିହି ଗାଁର ବିଶ୍ୱନାଥ ସାହୁଙ୍କ ପୁଅ ସତ୍ୟରଞ୍ଜନ(୩୮)। ପୁଲିସ ସୂଚନାନୁସାରେ ରବିବାର ରାତି ପ୍ରାୟ ୧୦ଟା ସମୟରେ ସତ୍ୟ ତାଙ୍କ ବାଇକ୍‌(ଓଆର୍‌୦୫ଏଟି-୨୧୪୭) ଯୋଗେ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବାବେଳେ ପଛରୁ ଆସୁଥିବା ଏକ ସ୍କର୍ପିଓ(ଓଆର୍‌୦୫ଏମ୍‌-୦୫୫୧) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସତ୍ୟ ବାଇକ୍‌ରୁ ଛଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ତମାଣ୍ଡୋ ଥାନା ପୁଲିସ ଗାଡ଼ି ଦୁଇଟିକୁ ଜବତ କରିବା ସହ ସ୍କର୍ପିଓ ଚାଳକକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର