ସ୍କାଉଟ୍‌ସ୍‌ ଓ ଗାଇଡ୍‌ସର ଜାତୀୟସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ପକ୍ଷରୁ ଚଳିତମାସ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଭାରତ ସ୍କାଉଟସ୍‌ ଏବଂ ଗାଇଡ୍‌ସ୍‌ର ରାଜ୍ୟ କାର୍ଯ୍ୟାଳୟ ଅନୁଷ୍ଠିତ ରାଜ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ୪୦ ଜଣ ଓ ରାଜସ୍ଥାନର ୭୫ ଜଣ ସ୍କାଉଟ୍‌ ଗାଇଡ୍‌ସ ଯୋଗଦାନ କରିଥିଲେ। ଉତ୍ସବରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିସନର କାଳୀ ପ୍ରସାଦ ମିଶ୍ର ଯୋଗଦେଇ ଭାରତ ସ୍କାଉଟସ୍‌ ଓ ଗାଇଡ୍‌ସ୍‌ର କାର୍ଯ୍ୟକ୍ରମକୁ ପ୍ରଶଂସେ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ମଧ୍ୟରେ ଥିବା ସମସ୍ତ ସାଂସ୍କୃତିକ ଭାବର ବିନିମୟ ହୋଇଥିଲା। ଉକ୍ତ ଶିବିରକୁ ରାଜ୍ୟ ଗାଇଡ୍‌ କମିସନର ଅନାମିକା ଦାସ ପରିଚାଳନା କରିଥିଲେ। ଏଥିରେ ରାଜସ୍ଥାନର ସୁରେଶ ଚନ୍ଦ୍ର- ଜିଲ୍ଲା ସଚିବ, ଛୈଲ ବିହାରୀ ଶର୍ମା-ଜିଲ୍ଲା ସ୍କାଉଟ୍‌ କମିସନର, ରେଖା ଶର୍ମା-ଜିଲ୍ଲା ଗାଇଡ୍‌୍‌ କମିସନର ଏବଂ ସୁନୀଲ ସିଂହ ସୋଲଂକୀ ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର