କ୍ରିକେଟ୍‌ ଦେଖନ୍ତୁ; ରେଡିଓ ଚକଲେଟ୍‌ ଶୁଣନ୍ତୁ; ଉପହାର ଜିତନ୍ତୁ

ବାରବାଟୀ ଟି-ଟେ୍ଵଣ୍ଟି ବେଳେ ଶ୍ରୋତାଙ୍କ ପାଇଁ ସୁଯୋଗ

ଭୁବନେଶ୍ୱର: ବୁଧବାର ବାରବାଟୀ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ପ୍ରଥମ ଟି ଟେ୍ଵଣ୍ଟି ମ୍ୟାଚ୍‌କୁ ନେଇ ସାରା ରାଜ୍ୟ ଉତ୍ସାହିତ ଥିବା ବେଳେ ଓଡ଼ିଶାର ନିଜର ପ୍ରଥମ ଘରୋଇ ଏଫ୍‌ଏମ୍‌ ରେଡିଓ ଚକଲେଟ୍‌ ତା’ର ଶ୍ରୋତାଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭର ପ୍ରଥମ ଓଭରରୁ ଶ୍ରୋତାମାନେ କେଉଁ ଓଭରରେ କେତେ ସ୍କୋର ହେବ ତାହା ଆର୍‌ଜେଙ୍କୁ ଫୋନ୍‌ ଜରିଆରେ ଜଣାଇବେ। ଯେଉଁ ଭାଗ୍ୟଶାଳୀ ଶ୍ରୋତାଙ୍କ ଅନୁମାନ ପ୍ରକୃତ ସ୍କୋର ସହ ସମାନ କିମ୍ବା ନିକଟତର ହେବ ତାଙ୍କୁ ଉପହାର ପ୍ରଦାନ କରାଯିବ। ସମୁଦାୟ ୪୦ ଓଭରରେ ୪୦ ଜଣ ବିଜେତା ହୋଇପାରିବେ। ଅମୃତ ମିନେରାଲ ଓ୍ଵାଟର ପକ୍ଷରୁ ବିଜୟୀ ଶ୍ରୋତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର