ନାମକୁ ମାତ୍ର ସଡ଼କ ସୁରକ୍ଷା ସଚେତନତା : ବେପରୁଆ ଗାଡ଼ି ଚାଳନା

ଭୁବନେଶ୍ୱର : ଆଜିଠାରୁ ପୁଲିସ ଓ ପରିବହନ ବିଭାଗ ପାଳନ କରୁଛନ୍ତି ସଡ଼କ ସୁରକ୍ଷା ସପ୍ତାହ। ଉଦ୍‌ବେଗଜନକ ଭାବରେ ବଢ଼ୁଥିବା ଦୁର୍ଘଟଣାକୁ କିଭଳି ରୋକାଯାଇ ପାରିବ ସେ ନେଇ ସପ୍ତାହେ ବ୍ୟାପୀ ସଚେତନତା ସୃଷ୍ଟି କରାଯିବ। ଗୋଟିଏ ପଟେ ଏଜି ଛକରେ ଉଭୟ ବିଭାଗ ଏହି ସପ୍ତାହ ପାଳନ ପୂର୍ବକ ସଭା ସମିତର ଆ‌େୟାଜନ କରିଥିବା ବେଳେ ସହରସାରା ଟ୍ରାଫିକ୍‌ ଉଲ୍ଲଂଘନର ଚିତ୍ର ଦେଖିବାକୁ ମିଳିଛି। ବାଇକ୍‌ ଚାଳକ ରାଜରାସ୍ତାରେ କାନ୍ଧରେ ମୋବାଇଲ ଲଗାଇ‌ ବେପରୁଆ ବାଇକ ଚାଳନା କରୁଥିବା ବେଳେ ରାସ୍ତା ମଝିରେ ବସ୍‌ ଛିଡ଼ା ହୋଇ ଟ୍ରାଫିକ୍‌ ଜାମ୍‌ କରିଛି। ଗୋଟିଏ ଦିଗରେ ଯିବା ପାଇଁ ବ୍ୟବସ୍ଥା ଥିବା ବେଳେ ବିପରୀତ ଦିଗରୁ ଗାଡ଼ି ମାଡ଼ି ଆସୁଥିବାରୁ ରାସ୍ତା ମଝିରେ ସବୁ ଗାଡ଼ି ଛିଡ଼ା ହୋଇ ରହିଛି। ସବୁଠାରୁ ବିଚିତ୍ର ସ୍ଥିତି ସୃଷ୍ଟି କରିଛନ୍ତି ଅଟୋ ଚାଳକ। ଯିଏ ଯୁଆଡ଼େ ପାରୁଛି, ସିଆଡ଼େ ମାଡ଼ି ଯାଉଛି। ଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭିଡ଼ ଭିତରେ ଏକ ପୁଲିସ ଭ୍ୟାନ୍‌ ମଧ୍ୟ ଫସି ରହିଥିବା ଦୃଶ୍ୟ ଏହି ସଚେତନତା ସପ୍ତାହ ପାଳନ ପ୍ରସଙ୍ଗକୁ ହାସ୍ୟାସ୍ପଦ କରିଛି।

ସମ୍ବନ୍ଧିତ ଖବର