ରେଲ୍‌େଓ୍ଵ ବ୍ରିଜ୍‌ ଉପରେ ସେଲ୍‌ଫି, ଅଳ୍ପକେ ବର୍ତିଲେ ୫

ବାରଙ୍ଗ: ବିଭିନ୍ନ ସମୟରେ ବିପତ୍ସଙ୍କୁଳ ସ୍ଥାନରେ ସେଲ୍‌ଫି ନେବା ଅନେକଙ୍କ ପାଇଁ କାଳ ହୋଇଛି। ସେଲ୍‌ଫି ମାନିଆ ବହୁ ସମୟରେ ବିପଜ୍ଜନକ ହୋଇଥିଲେ ମଧ୍ୟ ଯୁବପିଢ଼ି ସଚେତନ ହେଉ ନଥିବା ଦେଖାଯାଇଛି। ଆଜି ବାରଙ୍ଗ ପୁରୀ ମୁଖ୍ୟକେନାଲ୍‌ ରେଲ୍‌େଓ୍ଵ ବ୍ରିଜ୍‌ ଉପରେ ସେଲ୍‌ଫି ନେବା ବେଳେ ୫ ଯୁବକ ଅଳ୍ପକେ ବର୍ତି ଯାଇଛନ୍ତି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ କଣ୍ଟାପାଟଣା ନିକଟ ପୁରୀ ମୁଖ୍ୟ କେନାଲ୍‌ ରେଲ୍‌େଓ୍ଵ ବ୍ରିଜ୍‌ ଉପରେ ସେଲ୍‌ଫି ନେବା ନିଶାରେ ୫ ଯୁବକ ଜାଣି ପାରି ନଥିଲେ ଯେ, କଟକ ପଟରୁ ବାରଙ୍ଗ ଅଭିମୁଖେ ଏକ ମାଲ୍‌ ଗାଡ଼ି ଆସୁଛି। ତେବେ ସ୍ଥାନୀୟ କିଛି ଯୁବକ ଟ୍ରେନ୍‌ ଆସୁଥିବା ଦେଖି ଡାକ ପକାଇଥିଲେ। ସେଲ୍‌ଫି ନେଉଥିବା ୪ ଜଣ ଯୁବକ ଦୌଡ଼ି ବ୍ରିଜ୍‌ ମୁଣ୍ଡରେ ପହଞ୍ଚି ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ହେଲେ ଅନ୍ୟ ଜଣେ ଯୁବକ ବ୍ରିଜ୍‌ ତଳ ଖୁଣ୍ଟି ଉପରକୁ ଡେଇଁ ପ୍ରାଣ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ। ଟ୍ରେନ୍‌ଟି ଚାଲଯିବା ପରେ ସେମାନେ ଏତେ ଭୟଭୀତ ହୋଇ ପଡ଼ିଥିଲେ ଯେ, ବିସିବା ସ୍ଥାନରୁ ଉଠି ପରି ନଥିଲେ। ପ୍ରାୟ ପନ୍ଦର ମିନିଟ୍‌ ପରେ ସେମାନେ ସେଠାରୁ ଚାଲି ଯାଇଥିଲେ। ରେଳ ପୋଲ ଉପରେ ସେଲ୍‌ଫି ନେବାର ନିଶା ଏତେ ଘାରିଛି ଯେ, ପ୍ରାୟ ପ୍ରତିଦିନ କିଛି ଯୁବକ ଓ ଯୁବତୀ ବିଭିନ୍ନ ଆଡ଼ୁ ଆସି ଏଠାରେ ଫଟୋ ଉଠାଉଥିବା ଦେଖାଯାଇଛି। ଏଥି ପ୍ରତି କଟକଣା ଜାରି କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର