ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ଓ ରାଧାନାଥ ମହାପାତ୍ରଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର: ଉଚ୍ଚକୋଟୀର ସାମ୍ବାଦିକତା କ୍ଷେତ୍ରରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକ ପ୍ରତିଷ୍ଠା ଅର୍ଜନ କରିଥିଲେ। ସାମ୍ବାଦିକମାନଙ୍କର ସ୍ୱାର୍ଥ, ସୁରକ୍ଷା ଓ ସାମାଜିକ ପରିବର୍ତ୍ତନରେ ତାଙ୍କର ରୁଦ୍ଧିମନ୍ତ ଲେଖା ସମ୍ବାଦପତ୍ରକୁ ବଳିଷ୍ଠ କରୁଥିଲା। ସର୍ବୋପରି ନିଜର ନିର୍ଭୀକତା ଏବଂ ଉଚ୍ଚସ୍ତରର ସାମ୍ବାଦିକତା ପାଇଁ ସେ ସମସ୍ତଙ୍କ ନିକଟରେ ବେଶ ଲୋକପ୍ରିୟ ଥିଲେ ବୋଲି ବକ୍ତାମାନେ ମତ ଦେଇଛନ୍ତି। ସେହିପରି ସିନେ ସାମ୍ବାଦିକ ରାଧାନାଥ ମହାପାତ୍ର ଚଳଚ୍ଚିତ୍ର ସମୀକ୍ଷା ଓ ସିନେ ସାମ୍ବାଦିକତା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଥିଲେ। ଉଭୟ ସାମ୍ବାଦିକଙ୍କର ଅକାଳ ବିୟୋଗରେ ଆଜି ପୂର୍ବାହ୍ନରେ ରାଜ୍ୟ ସଚିବାଳୟ ପ୍ରେସ ଲାଉଞ୍ଜ ପରିସରରେ ବରିଷ୍ଠ ସାମ୍ବାଦିକ ହୃଷୀକେଶ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକସଭାରେ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି, ରତିକାନ୍ତ ମହାନ୍ତି, ସଞ୍ଜୟ କୁମାର ପ୍ରଧାନ, ବଳଭଦ୍ର ଦାସ, ବିବେକାନନ୍ଦ ଜେନା, ବିଜୟ କୁମାର ପଣ୍ଡା, ପାର୍ଥସାରଥୀ ଜେନା, ଚିତ୍ତରଞ୍ଜନ ପଟ୍ଟନାୟକ, ଦେବକାନ୍ତ ମହାପାତ୍ର, ସୁରେଶ କର, ଧୀରେନ ସ୍ୱାଇଁ, ପରେଶ ଜେନା, ଉମେଶ ସାମନ୍ତରାୟ, ସୁବୋଧ କାନୁନ୍‌ଗୋ, ଜିମୂତ ମଙ୍ଗରାଜ, କିଶୋର ଚନ୍ଦ୍ର ମଙ୍ଗରାଜ, ବଳରାମ ନନ୍ଦ, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ବୈଷ୍ଣବ ଚରଣ ଜେନା, ମାଧବାନନ୍ଦ ବେହୁରା, ଶୁଭେନ୍ଦୁ କାନୁନ୍‌ଗୋ, କମଳ ଦାସ ଓ ହରିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର