ଝାରପଡ଼ାରେ ସିରିଜ୍‌ ବୋମା ମାଡ଼: ଅଳ୍ପକେ ବର୍ତ୍ତିିଲେ ଉନ୍ନୟନ ପରିଷଦ ସମ୍ପାଦକଙ୍କ ପରିବର

ସିିସିଟିଭିରେ କଏଦ୍‌ ୩ ଦୁର୍ବୃତ

ଭୁବନେଶ୍ୱର: ବୁଧବାର ସନ୍ଧ୍ୟା ସମୟରେ ଝାରପଡ଼ା ଦୋଳମଣ୍ଡପ ନିକଟ ଝାରପଡ଼ା ଉର୍ଣ୍ଣୟନ ପରିଷଦ ସଂପାଦକ ସଞ୍ଜୀବ ହରିଚନ୍ଦନଙ୍କଘରକୁ ସିରିଜ୍‌ ବୋମା ମାଡ଼ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏଭଳି କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭିତ ହୋଇଯାଇଛନ୍ତି। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବୋମାମାଡ଼ ହୋଇଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ସଞ୍ଜୀବଙ୍କ ସହ ଘଟଣା ବିଷୟରେ ବୁଝାସୁଝା କରିଥିଲା।

ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ସାଢ଼େ ୭ଟା ସମୟରେ ସଞ୍ଜୀବ ଓ ତାଙ୍କ ପରିବାରଲୋକ ଘର ଉପର ମହଲାରେ ଥିବା ସମୟରେ ହଠାତ୍‌ ଘର ତଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଶବ୍ଦ ଶୁଣୀ ସଞ୍ଜୀବ ଓ ତାଙ୍କ ପରିବାରଲୋକ ଭୟଭିତ ହୋଇପଡ଼ିଥିଲେ। ତେବେ ଏତେ ଜୋରରେ କ’ଣ ଶବ୍ଦ ହେଲା ବୋଲି ସଞ୍ଜୀବ ତଳକୁ ଯିବା ପାଇଁ ବାହାରି ଥିଲେ। ତେବେ ସେ ତଳକୁ ଯିବା ପୂର୍ବରୁ ଦୁର୍ବୃତ ଗୋଟିଏ କି ଦୁଇଟି ନୁହେଁ ଲଗାତାର ୪ଟି ବୋମା ମାଡ଼କରିଥିଲେ। ଉପର ମହଲା ଝରକା, ବାଲ୍‌କୋନି ଓ ୨ଟି କାରକୁ ୪ଟି ବୋମା ମାଡ଼ କରିଥିଲେ। ବୋମା ମାଡ଼ ଫଳରେ ସଞ୍ଜୀବ ସ୍କର୍ପିଓ ଏବଂ ଅଲ୍ଟୋ କାର କାଚ ଭାଙ୍ଗିଯାଇଥିଲା। ସେହିପରି ଉପର ମହଲାରେ ଥିବା ଝରକା କାଚ ମଧ୍ୟ ଭାଙ୍ଗି ଘର ଭିତରେ ବିଛାଡ଼ି ହୋଇ ପଡ଼ିଥିଲା। ସ୍ୱଭାଗ୍ୟ ବସତଃ ସେଠାରେ ବସିିଥିବା ପରିବାରଲୋକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ସଞ୍ଜୀବ ତୁରନ୍ତ ଲକ୍ଷ୍ମୀସାଗର ଥାନା ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଖବରପାଇ ଲକ୍ଷ୍ମୀସାଗର ଥାନା ଆଇଆଇସି ଭରତ ସାହୁ ଓ ବଡ଼ଗଡ଼ ଥାନା ଆଇଆଇସି ସୁଭେନ୍ଦୁ ସିହ୍ନା ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ସଞ୍ଜୀବଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ତେବେ ୩ଜଣ ଯୁବକ ଏକ ବାଇକ୍‌ରେ ଆସି ସଞ୍ଜୀବଙ୍କ ଘର ଉପରକୁ ବୋମା ମାଡ଼କରୁଥିବା ପୁଲିସ ଫୁଟେଜ୍‌ରୁ ପାଇଥିଲା। ଜଣେ ଯୁବକ ବାଇକ୍‌ରେ ବସି ରହିଥିବା ବେଳେ ଅନ୍ୟ ଦୁଇଜଣ ଯୁବକ ବୋମା ମାଡ଼କରୁଥିଲେ। ବୋମା ମାଡ଼କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ତେବେ ଯୁବକମାନେ କିଏ ? କହିଁକି ସଞ୍ଜୀବଙ୍କ ଘର ଉପରକୁ ବୋମା କରିଛନ୍ତି? ଏହା ପଛରେ କ’ଣ କାରଣ ରହିଛି? କୌଣସି ପୂର୍ବ ଶତ୍ରୁତାକୁ ନେଇ ଏଭଳି କାଣ୍ଡ ଘଟିଛି କି? କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର