ପାହାଳରେ ସିରିଜ୍‌ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ୬ ଯାତ୍ରୀ

ବାଲିଅନ୍ତା: ଭୁବନେଶ୍ବର –କଟକ ଜାତୀୟ ରାଜପଥର ପାହାଳ ଫାଣ୍ଡି ଅନ୍ତର୍ଗତ ଲକ୍ଷେଶ୍ବର ମନ୍ଦିର ନିକଟରେ ଆଜି ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ଦୁଇଟି କାର ଚାଳକଙ୍କ ସମେତ ୬ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସେଠାରେ ମୁତୟନ ହୋଇଥିବା ପୁଲିସ ଏକ ଦ୍ରୁତଗାମୀ ମାଲବୋଝେଇ ତାମିଲନାଡ଼ୁ ଟ୍ରକ୍‌କୁ ଅଟକାଇବାକୁ ଉଦ୍ୟମ କରିବାରୁ ପ୍ରଥମେ ଏକ କାର୍‌ ସହ ଧକ୍‌କା ହୋଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ କାର ଆଉ ଗୋଟିଏ କାରକୁ ଧକ୍କା ଦେଇ କଲଭର୍ଟରେ ପିଟି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ନେଇ ସୂଚନା ମିଳିଛି। ଖବରପାଇ ସ୍ଥାନୀୟ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ୩ଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର