ଟ୍ରେଜେରି ସମ୍ମୁଖରେ ସିରିଜ୍‌ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ପଥଚାରୀ

କାର୍‌ ଜବତ, ଚାଳକ ଅଟକ

ଭୁବନେଶ୍ୱର : ଟ୍ରେଜେରି ସମ୍ମୁଖରେ ଜଣେ କାର୍‌ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଯୁବକଙ୍କ ଏଭଳି ଗାଡ଼ିଚାଳନା ଦେଖି ରାସ୍ତାରେ ଯାଉଥିବା ଲୋକମାନେ ଜୀବନ ବିକଳରେ ଗାଡ଼ି ଛାଡ଼ି ଦୌଡ଼ିଥିଲେ। ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୧ଟାରେ ଯୁବକ ଜଣଙ୍କ ଆଚାର୍ଯ୍ୟ ବିହାରରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଉଥିଲେ। ଟ୍ରେଜେରି ସମ୍ମୁଖରେ ଯାଉଥିବା ସମୟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ପାର୍କିଂ କରିଥିବା ୪ରୁ ଅଧିକ ଗାଡ଼ିକୁ ଧକ୍କା ଦେଇଥିଲେ। ଏହାପରେ ଏକ ବାଇକ୍‌ ସହ ଡିଭାଇଡର୍‌ ଉପରକୁ ମାଡ଼ିଯାଇ ଅଟକିଯଇଥିଲା। ଯୁବକଙ୍କ ଏଭଳି ଗାଡ଼ି ଚାଳନା ଦେଖି ଲୋକମାନେ ଭୟରେ ଦୌଡ଼ିଥିଲେ। ଏଥିରେ କେହି ଆହତ ହୋଇ ନଥିଲେ। ହେଲେ ଏଭଳି ଗାଡ଼ିଚାଳନା ଯୋଗୁଁ କିଛି ସମୟ ପାଇଁ ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଥିଲା। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକ ଗିରଫ କରି ଥାନାକୁ ଆଣିବା ସହ କାରକୁ ଜବତ କରିଥିଲା। ପୁଲିସ ଚାଳକକୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର