ରାଜଧାନୀରେ ପୁଣି ସେକ୍ସ ର‍୍ୟାକେଟ୍‌: ୫ ଯୁବତୀ ଉଦ୍ଧାର, ୭ ଅଟକ

0 1,140

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ବିଶେଷ ସୂତ୍ରରୁ ସୂଚନା ପାଇଁ ବୁଧବାର କ୍ୟାପିଟାଲ ଥାନା ପୁଲିସ ରାଜମହଲ ନିକଟରେ ଥିବା ଏକ ବାର୍‌ ଉପରେ ଅଚାନକ ଚଢ଼ାଉ କରିଛି। ଚଢ଼ାଉ ସମୟରେ ୫ ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଟଙ୍କାରେ ଲୋଭ ଦେଖାଇ ଦଲାଲମାନଙ୍କ ଦ୍ୱାରା ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଅଣାଯାଇ ଏଠାରେ ଦେହ ବ୍ୟବସାୟ କରାଯାଉଥିବା ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ଯୋଜନା ମୁତାବକ ବାର୍‌ ଉପରେ କିଛି ଦିନ ହେଲା ନଜର ରଖିଥିଲା। ଆଜି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ଟିମ ପହଞ୍ଚି ଥିଲା।  ଚଢ଼ାଉ ସମୟରେ ପୁଲିସ ବାର୍‌ ଭିତରୁ ଅନେକ ସାମଗ୍ରୀ ଜବତ କରିଛି।

ସୂଚନାଯୋଗ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ଅନେକ ସମୟରେ ଦେହଜୀବୀମାନଙ୍କୁ ଉଦ୍ଧାର କରାଯାଉଛି। ଏହି ବ୍ୟବସାୟ ସହିତ ଜଡ଼ିତ ଅସାମାଜିକ ବ୍ୟଙ୍କିମାନଙ୍କୁ ଗିରଫ କରାଯାଉଛି। ତଥାପି ଏହି ବ୍ୟବସାୟରେ ଯୁବତୀମାନେ ଫସି ଯାଉଛନ୍ତି।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.