ଶେମ୍‌ରକ ଚେରିସ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ବର: ସ୍ଥାନୀୟ ଇନ୍‌ଫୋସିଟି ରାସ୍ତାରେ ଅବସ୍ଥିତ ସୂରଜ ପ୍ୟାଲେସ ହୋଟେଲ ଲନ୍‌ରେ ଶେମ୍‌ରକ ଚେରିସ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଟ୍ରଷ୍ଟର ଉପଦେଷ୍ଟା ସଂଜୀବ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ ତଥା ବେତାର ଉପସ୍ଥାପିକା ଆର୍‌ଜେ ରେଣୁକାଙ୍କ ସଂଯୋଜନାରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଶିଷ୍ଟ ମନସ୍ତତ୍ତ୍ବବିତ ଡ.ନମିତା ମହାନ୍ତି ଓ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମବେତ ଅଭିଭାବକମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। ସୁଶ୍ରୀ ଦେବଜାନୀ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରେଷ୍ଠା ଭଟ୍ଟାଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ସ୍କୁଲ୍‌ର ଛୋଟଛୋଟ ପିଲାଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ଦେଶାତ୍ମବୋଧକ ନାଟିକା ‘ମାଁ ତୁଝେ ସଲାମ୍’ ସମବେତ ଶ୍ରୋତ୍ରୁମଣ୍ଡଳୀଙ୍କ ଭାବାବେଗକୁ ଛୁଇଁଥିଲା

ସମ୍ବନ୍ଧିତ ଖବର